ମାଓବାଦୀ ହେବା ଅପରାଧ ନୁହେଁ: କେରଳ ହାଇକୋର୍ଟ

କୋଚି: କୌଣସି ବ୍ୟକ୍ତି କେବଳ ମାଓବାଦୀ ହୋଇଗଲେ ଅପରାଧୀ ହୋଇଯାଏ ନାହିଁ। ପୁଣି କେବଳ ମାଓବାଦୀ ବୋଲି କୌଣସି ବ୍ୟକ୍ତିଙ୍କୁ ପୋଲିସ୍ ଜେଲରେ ଭର୍ତ୍ତି କରିପାରିବ ନାହିଁ। ଶୁକ୍ରବାର କେରଳ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଏ ସଂପର୍କରେ ରାୟ ଦେଇ ଜଷ୍ଟିସ୍ ମହମ୍ମଦ ମୁସ୍ତାକ କହିଲେ ଯେ ମାଓବାଦୀମାନଙ୍କୁ ସେତେବେଳେ ଗିରଫ କରି ଜେଲରେ ଭର୍ତ୍ତି କରାଯାଇପାରିବ ଯେତେବେଳେ ସେମାନେ କୌଣସି ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରୁଥିବେ ଅବା ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବେ। ଶ୍ୟାମ […]

Maoist

Rakesh Mallick
  • Published: Friday, 22 May 2015
  • , Updated: 22 May 2015, 04:16 PM IST

କୋଚି: କୌଣସି ବ୍ୟକ୍ତି କେବଳ ମାଓବାଦୀ ହୋଇଗଲେ ଅପରାଧୀ ହୋଇଯାଏ ନାହିଁ। ପୁଣି କେବଳ ମାଓବାଦୀ ବୋଲି କୌଣସି ବ୍ୟକ୍ତିଙ୍କୁ ପୋଲିସ୍ ଜେଲରେ ଭର୍ତ୍ତି କରିପାରିବ ନାହିଁ। ଶୁକ୍ରବାର କେରଳ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ଏ ସଂପର୍କରେ ରାୟ ଦେଇ ଜଷ୍ଟିସ୍ ମହମ୍ମଦ ମୁସ୍ତାକ କହିଲେ ଯେ ମାଓବାଦୀମାନଙ୍କୁ ସେତେବେଳେ ଗିରଫ କରି ଜେଲରେ ଭର୍ତ୍ତି କରାଯାଇପାରିବ ଯେତେବେଳେ ସେମାନେ କୌଣସି ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରୁଥିବେ ଅବା ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବେ।

ଶ୍ୟାମ ବାଲକକୃଷ୍ଣନ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଥିଲେ। ଶ୍ୟାମ ବାଲକୃଷ୍ଣନଙ୍କୁ ମାଓବାଦୀ ଅଭିଯୋଗରେ କେରଳ ପୋଲିସ୍ ଗିରଫ କରିଥିଲା। ଜେଲରେ ଥିବା ସମୟରେ ପୋଲିସ ତାଙ୍କୁ ଶାରିରୀକ ନିର୍ଯାତନା ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଏକ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story