ଲକଡାଉନ୍ ବେଳେ ସଂଗଠନ ସୁଦୃଢ଼ କରୁଛନ୍ତି ମାଓବାଦୀ

ନୂଆଦିଲ୍ଲୀ: ଦେଶ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପାଳନ କରୁଛି। ସଂକ୍ରମଣକୁ ରୋକିବା ପାଇଁ ପୁଲିସ ଓ ସୁରକ୍ଷା ବାହିନୀ ଗାଁ ଓ ସହରରେ ଜଗିଛନ୍ତି। ହେଲେ ଏହି ସମୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ଏବଂ ନେପାଳରେ ଥିବା ମାଓବାଦୀଙ୍କ ଏକ ବଡ଼ ଟିମ୍ ଛତିଶଗଡର ଦକ୍ଷିଣ ବସ୍ତରରେ ପ୍ରବେଶ କରିଥିବା ଜଣାପଡ଼ିଛି। ଏ ନେଇ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ରାଜ୍ୟ ପୁଲିସ ବାହିନୀକୁ ଚଳିତ ମାସ ଆରମ୍ଭରେ ଚେତାବନୀ […]

naxal

Subhransu Sekhar
  • Published: Thursday, 16 April 2020
  • , Updated: 16 April 2020, 08:07 PM IST

ନୂଆଦିଲ୍ଲୀ: ଦେଶ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପାଳନ କରୁଛି। ସଂକ୍ରମଣକୁ ରୋକିବା ପାଇଁ ପୁଲିସ ଓ ସୁରକ୍ଷା ବାହିନୀ ଗାଁ ଓ ସହରରେ ଜଗିଛନ୍ତି। ହେଲେ ଏହି ସମୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ଏବଂ ନେପାଳରେ ଥିବା ମାଓବାଦୀଙ୍କ ଏକ ବଡ଼ ଟିମ୍ ଛତିଶଗଡର ଦକ୍ଷିଣ ବସ୍ତରରେ ପ୍ରବେଶ କରିଥିବା ଜଣାପଡ଼ିଛି। ଏ ନେଇ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ରାଜ୍ୟ ପୁଲିସ ବାହିନୀକୁ ଚଳିତ ମାସ ଆରମ୍ଭରେ ଚେତାବନୀ ଦେଇଛି ଗୁଇନ୍ଦା ବିଭାଗ। ମାଓବାଦୀ ଗୋଷ୍ଠୀ ଛତିଶଗଡର ସୁକମା ଜିଲ୍ଲା, ଜଗଦଲପୁର ଜିଲ୍ଲାର ଦର୍ଭା ଡିଭିଜନ ଏବଂ ଦାନ୍ତେଓ୍ୱାଡା ଜିଲ୍ଲାର କିଛି ଅଞ୍ଚଳରେ ନିୟମିତ ଭାବରେ ବୈଠକ କରୁଥିବା ଜଣାପଡ଼ିଛି।

ମୀଓବାଦୀମାନେ ସ୍ଥାନୀୟ ଲୋକଙ୍କୁ ନିଜ କ୍ୟାମ୍ପରେ ସାମିଲ୍ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ମାଓବାଦୀମାନେ କେନ୍ଦୁ ପତ୍ର କାଟିବା ପାଇଁ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ, ପତ୍ର କାଟିବା ବେଳେ ସମ୍ପୃକ୍ତ ଗ୍ରାମବାସୀଙ୍କ ମୃତ୍ୟୁ କିମ୍ବା ବିଦ୍ୟୁତ ଆଘାତ ବେଳେ କ୍ଷତିପୂରଣ ଆଦି ଦାବିକୁ ନେଇ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି।

ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ଲକଡାଉନ ବେଳେ ଛତିଶଗଡର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ପୁଲିସ ଷ୍ଟେସନ ଅନ୍ତର୍ଗତ ଗଙ୍ଗାଲୁର ଏବଂ ଚେରପାଲ ମଧ୍ୟରେ ସୁରକ୍ଷା ବାହିନୀଙ୍କୁ ଫସାଇବାକୁ ମାଓବାଦୀ ଚେଷ୍ଟା କରୁଥିଲେ। ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ବୃଦ୍ଧି ପାଉଥିବା ଦେଖି ଏପ୍ରିଲ ୨୪ ମଧ୍ୟରାତ୍ରି ମଧ୍ୟରେ ସୁରକ୍ଷା ବାହିନୀଙ୍କୁ ଫସାଇବାକୁ ମାଓବାଦୀ ଉଦ୍ୟମ କରୁଥିବା ଗୁଇନ୍ଦା ରିପୋର୍ଟ ଦେଇଛି।

Related story