ସାମାନ୍ୟ କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଗୁରୁବାର ପେଟ୍ରେଲ ଓ ଡିଜେଲର ମୂଲ୍ୟ ହ୍ରାସ ହୋଇଛି। ଦିଲ୍ଲୀ, ମୁମ୍ୱାଇ ଓ ଚେନ୍ନାଇରେ ପେଟ୍ରୋଲ ୬ ପଇସା ହ୍ରାସ ହୋଇଥିବା ବେଳେ କୋଲକାତାରେ ୭ ପଇସା ହ୍ରାସ ହୋଇଛି । ସେହିପରି ଦିଲ୍ଲୀ ଏବଂ ଚେନ୍ନାଇରେ ଡିଜେଲର ଦାମ ୫ ପଇସା ଏବଂ କୋଲକତା ଓ ମୁମ୍ୱାଇରେ ୬ ପଇସା ହ୍ରାସ ହୋଇଛି। ଭୁବନେଶ୍ୱରରେ ପେଟ୍ରେଲ ଓ ଡିଜେଲ ଦର ୬ ପଇସା କମିଛି। ପେଟ୍ରୋଲ ୭୨ ଟଙ୍କା ୧ ପଇସା ହୋଇଥିବା ବେଳେ […]

petrol-diesel-reuters-ii

Subhransu Sekhar
  • Published: Thursday, 02 May 2019
  • , Updated: 02 May 2019, 11:52 AM IST
ନୂଆଦିଲ୍ଲୀ: ଗୁରୁବାର ପେଟ୍ରେଲ ଓ ଡିଜେଲର ମୂଲ୍ୟ ହ୍ରାସ ହୋଇଛି। ଦିଲ୍ଲୀ, ମୁମ୍ୱାଇ ଓ ଚେନ୍ନାଇରେ ପେଟ୍ରୋଲ ୬ ପଇସା ହ୍ରାସ ହୋଇଥିବା ବେଳେ କୋଲକାତାରେ ୭ ପଇସା ହ୍ରାସ ହୋଇଛି । ସେହିପରି ଦିଲ୍ଲୀ ଏବଂ ଚେନ୍ନାଇରେ ଡିଜେଲର ଦାମ ୫ ପଇସା ଏବଂ କୋଲକତା ଓ ମୁମ୍ୱାଇରେ ୬ ପଇସା ହ୍ରାସ ହୋଇଛି।
ଭୁବନେଶ୍ୱରରେ ପେଟ୍ରେଲ ଓ ଡିଜେଲ ଦର ୬ ପଇସା କମିଛି। ପେଟ୍ରୋଲ ୭୨ ଟଙ୍କା ୧ ପଇସା ହୋଇଥିବା ବେଳେ ଡିଜେଲ ୭୧ ଟଙ୍କା ୪୪ ପଇସା ରହିଛି।
ଗତକାଲି ରୋଷେଇ ପାଇଁ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦାମ ବଢ଼ିଥିବା ବେଳେ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିବାରୁ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।

Related story