ବ୍ୟାଙ୍ଗକକ୍: ଶନିବାର ଥାଇଲ୍ୟାଣ୍ଡର ଜଣେ ସୈନ୍ୟ ଗୁଳିମାଡ଼ କରି ଏକା ସାଥିରେ ୧୭ ଜଣଙ୍କ ହତ୍ୟା କରିଛନ୍ତି। କୋରାଟ୍ ନାମକ ଏକ ସହରର ବିଭିନ୍ନ ସ୍ଥାନରେ ସେ ଏଭଳି ଘଟଣା ଘଟାଇଛନ୍ତି। ସେ ଏହାର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରିଥିଲେ ବୋଲି ଥାଇ ପୁଲିସ୍ କହିଛି।
ପୁଲିସ୍ ସୂଚନା ଅନୁଯାୟୀ, “ସେ ଏକ ମେସିନ୍ ଗନ୍ ବ୍ୟବହାର କରିଥିଲେ। ଏହି ଗୁଳିମାଡ଼ରେ ଅନେକ ଆହତ ହୋଇଥିଲେ ଏବଂ ପ୍ରାଣ ହରାଇଥିଲେ।”
ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିବା ଅନୁଯାୟୀ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍ କହିଛି ,ଭଳି ଘଟଣା ଘଟାଇଥିବା ଯବାନଙ୍କ ନାମ ସର୍ଜେଣ୍ଟ ମେଜର ଜାକାପନ୍ଥ ଥୋମ୍ମା। ସେ ସେନାର ଏକ ଗାଡ଼ି ଚୋରାଇ ନେଇ ପଳାଇଥିଲେ। ବନ୍ଧୁକ ସହ ଲାଇଭ୍ରେ ହିଁ ଏଭଳି କାଣ୍ଡ ଘଟାଇଥିଲେ।
ପୁଲିସ୍ ଟର୍ମିନାଲ ୨୧ ଶପିଂ ମଲ୍ ସିଲ୍ କରିଥିଲେ ମଧ୍ୟ ଏଯାଏ ତାଙ୍କୁ ଧରିପାରିନାହିଁ। ଯଦିଓ ଥାଇଲ୍ୟାଣ୍ଡରେ ଅଧିକ ଲୋକଙ୍କ ପାଖରେ ବନ୍ଧୁକ ଥାଏ, ଏଭଳି ଗଣହତ୍ୟା କ୍ୱଚିତ ଘଟିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
National
ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ
ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।
National
ଦୁଇ ଟ୍ରକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର
ଏକ ବସ୍ ଓ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।