ମାୟାବତୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ପଦ ହରାଇଲେ ୟୁପିର ବିଜେପି ଉପାଧ୍ୟକ୍ଷ

ଉତ୍ତରପ୍ରଦେଶ: ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ୟୁପିର ବିଜେପି ଉପାଧ୍ୟକ୍ଷ ଦିୟା ଶଙ୍କର ସିଂହଙ୍କୁ ଦଳ ତାଙ୍କ ପଦରୁ ହଟାଇ ଦେଇଛି। ଦିୟା ଶଙ୍କର ବୟାନ ଦେବାର ୨୪ ଘଣ୍ଟା ମଧ୍ୟରେ ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏ ନେଇ ବିଜେପି ଅଧ୍ୟକ୍ଷ କେଶବ ମୌର୍ଯ ଦେଇଛନ୍ତି। ମଙ୍ଗଳବାର ଦୟା ଶଙ୍କର ବିଏସ୍‌ପି ପ୍ରମୁଖ ମାୟାବତୀଙ୍କ ବିରୁଦ୍ଧରେ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ଏହି ବିଜେପି ନେତା ଟିକେଟ ବିକ୍ରୀ ପ୍ରସଙ୍ଗରେ ଟିପ୍ପଣୀ […]

dayashankar

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 07:40 PM IST

ଉତ୍ତରପ୍ରଦେଶ: ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ୟୁପିର ବିଜେପି ଉପାଧ୍ୟକ୍ଷ ଦିୟା ଶଙ୍କର ସିଂହଙ୍କୁ ଦଳ ତାଙ୍କ ପଦରୁ ହଟାଇ ଦେଇଛି। ଦିୟା ଶଙ୍କର ବୟାନ ଦେବାର ୨୪ ଘଣ୍ଟା ମଧ୍ୟରେ ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏ ନେଇ ବିଜେପି ଅଧ୍ୟକ୍ଷ କେଶବ ମୌର୍ଯ ଦେଇଛନ୍ତି।

ମଙ୍ଗଳବାର ଦୟା ଶଙ୍କର ବିଏସ୍‌ପି ପ୍ରମୁଖ ମାୟାବତୀଙ୍କ ବିରୁଦ୍ଧରେ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ଏହି ବିଜେପି ନେତା ଟିକେଟ ବିକ୍ରୀ ପ୍ରସଙ୍ଗରେ ଟିପ୍ପଣୀ କରି କହିଥିଲେ, “ମାୟାବତୀ ଯେମିତି ମୂଲଚାଲ କରୁଛନ୍ତି, ଜଣେ ବେଶ୍ୟା ମଧ୍ୟ ନିଜ ବ୍ୟବସାୟକୁ ନେଇ କରୁ ନ ଥିବ।” ଦୟା ଶଙ୍କରଙ୍କ ଏହି ବୟାନ ଏବେ ବିବାଦ ସୃଷ୍ଟି କରିଥିଲା।

ସେ କହିଥିଲେ, “ମାୟାବତୀଙ୍କ ଟିକେଟ ବିକ୍ରିରେ ମୂଲଚାଲ ଯୋଗୁଁ ବିରକ୍ତ ହୋଇ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଆର.କେ. ଚୌଧରୀ ଏବଂ ଜୁଗଲ କିଶେର ଭଳି ନେତାମାନେ ଦଳ ଛାଡ଼ିଛନ୍ତି। କାଂଶିରାମଙ୍କ ସହିତ କାମ କରୁଥିବା ଏହି ନେତାମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ମାୟାବତୀ ଟିକେଟ ବିକ୍ରୀ କରୁଛନ୍ତି।”

ଜେପି ନେତାଙ୍କ ଅଭିଯୋଗ ଉପରେ ମାୟାବତୀ ପ୍ରତିକ୍ରିୟା ଦେଇ କହିଥିଲେ, “ୟୁପିରେ ସମର୍ଥନ ହ୍ରାସ ପାଇଥିବାରୁ ବିଜେପି ନେତା ବ୍ୟସ୍ତ ହୋଇ ପଡ଼ିଛନ୍ତି। ଏ ପ୍ରକାର ବୟାନ ହତାଶର ପରିଚୟ।”

Related story