ନିର୍ବାଚନ କମିଶନଙ୍କୁ ଦଳିତ ବିରୋଧୀ କହିଲେ ମାୟାବତୀ

ନୂଆଦିଲ୍ଲୀ: ବିବାଦୀୟ ବୟାନ ପାଇଁ ୪୮ ଘଣ୍ଟା ବ୍ୟାନ୍‌ ହେବା ପରେ ଆଜି ମୁହଁ ଖୋଲିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ। ସେ ମୁହଁ ଖୋଲି ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ନିର୍ବାଚନ କମିଶନ(ଇସି)ଙ୍କୁ ଦଳିତ ବିରୋଧୀ ବୋଲି କହିଛନ୍ତି। ସେ କହିଛନ୍ତି, “ଇସି ମୁଣ୍ଡରେ ସର୍ବଦା ଦଳିତ ବିରୋଧୀ ଭାବନା ରହିଛି। ଖାସ୍‌ ଏହି କାରଣ ପାଇଁ ସେ ମୋତେ ଆଗ୍ରାରେ ପ୍ରଚାର କରିବା ଉପରେ ରୋକ୍ ଲଗାଇଥିଲେ। ଆଗ୍ରା ହେଉଛି […]

ma

Hemant Lenka
  • Published: Thursday, 18 April 2019
  • , Updated: 18 April 2019, 06:20 PM IST

ନୂଆଦିଲ୍ଲୀ: ବିବାଦୀୟ ବୟାନ ପାଇଁ ୪୮ ଘଣ୍ଟା ବ୍ୟାନ୍‌ ହେବା ପରେ ଆଜି ମୁହଁ ଖୋଲିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ। ସେ ମୁହଁ ଖୋଲି ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ନିର୍ବାଚନ କମିଶନ(ଇସି)ଙ୍କୁ ଦଳିତ ବିରୋଧୀ ବୋଲି କହିଛନ୍ତି। ସେ କହିଛନ୍ତି, “ଇସି ମୁଣ୍ଡରେ ସର୍ବଦା ଦଳିତ ବିରୋଧୀ ଭାବନା ରହିଛି।

ଖାସ୍‌ ଏହି କାରଣ ପାଇଁ ସେ ମୋତେ ଆଗ୍ରାରେ ପ୍ରଚାର କରିବା ଉପରେ ରୋକ୍ ଲଗାଇଥିଲେ। ଆଗ୍ରା ହେଉଛି ‘ଦଳିତ ବର୍ଗଙ୍କ ରାଜଧାନୀ’। ଏଠାରେ ମୁଁ କେମିତି ପ୍ରଚାର ନ କରିବି, ସେଥିପାଇଁ ଇସି ମୋ ପ୍ରଚାର ଉପରେ ରୋକ୍ ଲଗାଇଥିଲେ।”

ବିଜେପିକୁ ଇସି ସମର୍ଥନ କରୁଥିବା ମଧ୍ୟ ମାୟାବତୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଜେପି ନେତାମାନେ ଭାରତୀୟ ସେନା ନାଁରେ ଭୋଟ୍‌ ପାଇଁ ପ୍ରଚାର କରୁଛନ୍ତି। ହେଲେ ଇସି ସେମାନଙ୍କ କଥା ଶୁଣି କେବଳ ଚୁପ୍‌ ରହୁଛନ୍ତି। ଏଥିରୁ ଇସି କେମିତି କାମ କରୁଛନ୍ତି, ସେକଥା ସମସ୍ତେ ଜାଣିପାରୁଥିବେ ବୋଲି ମାୟାବତୀ କହିଛନ୍ତି।

Related story