ପାକିସ୍ତାନ ହାଇକମିଶନରଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ପାକିସ୍ତାନ ଦୂତାବାସର ହାଇ କମିଶନରଙ୍କୁ ସମନ୍ କରିଛି ବୈଦେଶିକ ମନ୍ତ୍ରାଳୟ। ଗୁରୁବାର ନାଗରୋଟରେ ସୁରକ୍ଷାବଳ ଏନକାଉଣ୍ଟର କରି ଚାରି ଆତଙ୍କବାଦୀକୁ ନିପାତ କରିଥିଲେ। ସେମାନଙ୍କ ପାଖରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିଲା। ଏହାପରେ ବୈଦେଶିକ ମନ୍ତ୍ରାଳୟ ସମନ୍ କରିଛି। ପାକିସ୍ତାନ ଆତଙ୍କବାଦୀକୁ ସମର୍ଥନ କରିବା ବନ୍ଦ କରୁ ବୋଲି ପାକିସ୍ତାନ ହାଇକମିଶନର ଅଫତବ ହାସନଙ୍କ ଆଗରେ ଭାରତ କହିଛି। ନାଗରୋଟ ଘଟଣା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ […]

pak summon

Subhransu Sekhar
  • Published: Saturday, 21 November 2020
  • , Updated: 21 November 2020, 01:05 PM IST

ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ପାକିସ୍ତାନ ଦୂତାବାସର ହାଇ କମିଶନରଙ୍କୁ ସମନ୍ କରିଛି ବୈଦେଶିକ ମନ୍ତ୍ରାଳୟ। ଗୁରୁବାର ନାଗରୋଟରେ ସୁରକ୍ଷାବଳ ଏନକାଉଣ୍ଟର କରି ଚାରି ଆତଙ୍କବାଦୀକୁ ନିପାତ କରିଥିଲେ। ସେମାନଙ୍କ ପାଖରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିଲା। ଏହାପରେ ବୈଦେଶିକ ମନ୍ତ୍ରାଳୟ ସମନ୍ କରିଛି। ପାକିସ୍ତାନ ଆତଙ୍କବାଦୀକୁ ସମର୍ଥନ କରିବା ବନ୍ଦ କରୁ ବୋଲି ପାକିସ୍ତାନ ହାଇକମିଶନର ଅଫତବ ହାସନଙ୍କ ଆଗରେ ଭାରତ କହିଛି।

ନାଗରୋଟ ଘଟଣା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ବୈଦେଶିକ ସଚିବ ମଧ୍ୟ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ସୁରକ୍ଷା ବାହିନୀକୁ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଯବାନ ମଧ୍ୟ ଶହୀଦ ହୋଇଥିଲେ। ଏହାକୁ ନେଇ ଭାରତ ଆପତ୍ତି ଉଠାଇଥିଲେ। ପରେ ପାକିସ୍ତାନ ହାଇକମିଶନରଙ୍କୁ ସମନ୍ କରିଥିଲା।

Related story