ଅଯୋଧ୍ୟା ପ୍ରସଙ୍ଗ: ଶୁକ୍ରବାର ରିପୋର୍ଟ ଦେବେ ମଧ୍ୟସ୍ଥି ପ୍ୟାନେଲ

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ଶୁଣାଣି ହେବାର ଅଛି। ଏହି ମାମଲାର ଆପୋସ ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ମଧ୍ୟସ୍ଥି ପ୍ୟାନେଲ ଆସନ୍ତାକାଲି ସେମାନଙ୍କ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବେ। ମଧ୍ୟସ୍ଥି ପ୍ୟାନେଲ୍‌କୁ ଏହି ମାମଲା ସହ ଜଡ଼ିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସୁପ୍ରିମକୋର୍ଟ ୮ ସପ୍ତାହ ସମୟ ଦେଇଥିଲେ। ଏହି ମଧ୍ୟସ୍ଥି ପ୍ୟାନେଲ୍‌ରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ୍‌ ଇବ୍ରାହିମ୍‌ କାଲିଫୁଲ୍ଲା, ଧର୍ମଗୁରୁ […]

a

Hemant Lenka
  • Published: Thursday, 09 May 2019
  • , Updated: 09 May 2019, 07:56 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ଶୁଣାଣି ହେବାର ଅଛି। ଏହି ମାମଲାର ଆପୋସ ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ମଧ୍ୟସ୍ଥି ପ୍ୟାନେଲ ଆସନ୍ତାକାଲି ସେମାନଙ୍କ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବେ। ମଧ୍ୟସ୍ଥି ପ୍ୟାନେଲ୍‌କୁ ଏହି ମାମଲା ସହ ଜଡ଼ିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସୁପ୍ରିମକୋର୍ଟ ୮ ସପ୍ତାହ ସମୟ ଦେଇଥିଲେ।

ଏହି ମଧ୍ୟସ୍ଥି ପ୍ୟାନେଲ୍‌ରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ୍‌ ଇବ୍ରାହିମ୍‌ କାଲିଫୁଲ୍ଲା, ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପାଞ୍ଚୁ ରହିଛନ୍ତି। ମାର୍ଚ୍ଚ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ମଧ୍ୟସ୍ଥି ପ୍ୟାନେଲକୁ ଗୁପ୍ତ ଭାବେ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନା ପାଇଁ ଧାର୍ଯ୍ୟ ସମୟ ସୀମା ଗତ ୩ ତାରିଖରେ ଶେଷ ହୋଇଥିଲା। ଉତ୍ତର ପ୍ରଦେଶର ଅଯୋଧ୍ୟାର ନିକଟବର୍ତ୍ତୀ ଫୈଜାବାଦ୍‌ ଠାରେ ଇନ୍‌ କ୍ୟାମେରା ସେସନ୍ସ ମଧ୍ୟ ଶେଷ ହୋଇଛି। ଏହି ଅଯୋଧ୍ୟା ବିବାଦ ଘଟଣାରେ ସମୁଦାୟ ୨୫ ଜଣ ଆବେଦନକାରୀ ରହିଛନ୍ତି। ଏହି ବିବାଦରେ ଜଡ଼ିତ ବିଭିନ୍ନ ପକ୍ଷ ଫୈଜାବାଦ ଅୱଧ ବିଶ୍ୱବିଦ୍ୟାଳୟରେ ହାଜର ହୋଇ ମଧ୍ୟସ୍ଥି ମାନଙ୍କ ଆଗରେ ନିଜ ନିଜର ମତାମତ ରଖିଥିଲେ।

Related story