ଜାମିଆ ହିଂସା: ଆରଜେଡିର ଯୁବ ନେତା ଗିରଫ

ନୂଆଦିଲ୍ଲୀ: ଜାମିଆ ହିଂସା ମାମଲାରେ ଦିଲ୍ଲୀ ପୁଲିସ ଜଣେ ଛାତ୍ର ନେତାଙ୍କୁ ଗିରଫ କରିଛି। ଛାତ୍ର ନେତା ଜଣଙ୍କ ମୀରାନ ହାଇଦର। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ଛାତ୍ର ନେତା ହେଉଛନ୍ତି ହାଇଦର। ମୀରାନ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ର। ସେ ଏବେ ପିଏଚଡି କରୁଛନ୍ତି। ଦିଲ୍ଲୀ ଆରଜେଡିର ଯୁବ ନେତା ହେଉଛନ୍ତି ହାଇଦର। ବୁଧବାର ବିଳମ୍ୱିତ ରାତିରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ତାଙ୍କୁ ଗିରଫ କରିଛି। ସେ ଗିରଫ ହେବା ପରେ […]

Meeran Haider Of Rjd

Subhransu Sekhar
  • Published: Thursday, 02 April 2020
  • , Updated: 02 April 2020, 04:07 PM IST

ନୂଆଦିଲ୍ଲୀ: ଜାମିଆ ହିଂସା ମାମଲାରେ ଦିଲ୍ଲୀ ପୁଲିସ ଜଣେ ଛାତ୍ର ନେତାଙ୍କୁ ଗିରଫ କରିଛି। ଛାତ୍ର ନେତା ଜଣଙ୍କ ମୀରାନ ହାଇଦର। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ଛାତ୍ର ନେତା ହେଉଛନ୍ତି ହାଇଦର। ମୀରାନ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ର। ସେ ଏବେ ପିଏଚଡି କରୁଛନ୍ତି। ଦିଲ୍ଲୀ ଆରଜେଡିର ଯୁବ ନେତା ହେଉଛନ୍ତି ହାଇଦର।

ବୁଧବାର ବିଳମ୍ୱିତ ରାତିରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ତାଙ୍କୁ ଗିରଫ କରିଛି। ସେ ଗିରଫ ହେବା ପରେ ଆରଜେଡି ଦିଲ୍ଲୀ ପୁଲିସକୁ ଟାର୍ଗେଟ କରିଛି। ୩୧ ମାର୍ଚ୍ଚରେ ହାଇଦରଙ୍କୁ ନୋଟିସ କରାଯାଇ ହାଜର ହେବାକୁ କୁହାଯାଇଥିଲା। ତେବେ ହାଇଦରଙ୍କୁ ଯେଉଁ ଭାବରେ ଗିରଫ କରାଯାଇଛି ତାହାକୁ ବେଆଇନ୍ ବୋଲି କହିଛି ଆରଜେଡି।

Related story