ବିକ୍ଷୋଭକାରୀଙ୍କୁ ମୀରଟ୍‌ ଏସ୍‌ପି କହିଲେ ପାକିସ୍ତାନ ଚାଲିଯାଅ

ମୀରଟ୍‌: ଉତ୍ତରପ୍ରଦେଶର ସମ୍ବେଦନଶୀଳ ସହର ମୀରଟ୍‌ର ଏସ୍‌ପି କିଛି ବିକ୍ଷୋଭକାରୀଙ୍କୁ ପାକିସ୍ତାନ ଚାଲିଯାଅ କହିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ସହରରେ ନାଗରିକତା ସଂଶୋଧନ ଆଇନକୁ ନେଇ ବ୍ୟାପକ ବିରୋଧ ଦେଖାଯାଇଥିଲା ଏବଂ ବିକ୍ଷୋଭ ସମୟରେ ଗତ ୨୦ ତାରିଖରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ସେ ଏପରି କାହିଁକି କହିଛନ୍ତି ତା’ର ଉତ୍ତର ରଖିଛନ୍ତି। ଏକ ଭିଡିଓ କ୍ଲିପ୍‌ରେ ମୀରଟ୍‌ ଏସ୍‌ପି ଅଖିଲେଶ ନାରାୟଣ ରିଅଟ୍‌ ଗିଅର ପିନ୍ଧି ଏକ ଗଳିରେ ଚାଲୁଥିବାର […]

Meerut

Subrat Kumar Nayak
  • Published: Saturday, 28 December 2019
  • , Updated: 28 December 2019, 04:30 PM IST

ମୀରଟ୍‌: ଉତ୍ତରପ୍ରଦେଶର ସମ୍ବେଦନଶୀଳ ସହର ମୀରଟ୍‌ର ଏସ୍‌ପି କିଛି ବିକ୍ଷୋଭକାରୀଙ୍କୁ ପାକିସ୍ତାନ ଚାଲିଯାଅ କହିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ସହରରେ ନାଗରିକତା ସଂଶୋଧନ ଆଇନକୁ ନେଇ ବ୍ୟାପକ ବିରୋଧ ଦେଖାଯାଇଥିଲା ଏବଂ ବିକ୍ଷୋଭ ସମୟରେ ଗତ ୨୦ ତାରିଖରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ସେ ଏପରି କାହିଁକି କହିଛନ୍ତି ତା’ର ଉତ୍ତର ରଖିଛନ୍ତି।

ଏକ ଭିଡିଓ କ୍ଲିପ୍‌ରେ ମୀରଟ୍‌ ଏସ୍‌ପି ଅଖିଲେଶ ନାରାୟଣ ରିଅଟ୍‌ ଗିଅର ପିନ୍ଧି ଏକ ଗଳିରେ ଚାଲୁଥିବାର ଦେଖାଯାଉଛି। ଏକ ସ୍ଥାନରେ ଟୋପି ପିନ୍ଧା କିଛି ଲୋକଙ୍କୁ ସେ କହୁଛନ୍ତି, “କୁଆଡ଼େ ଯିବ? ଏ ଗଳିକୁ ମୁଁ ଠିକ୍‌ କରୁଛି ରୁହ। ଯେଉଁମାନେ କଳା ଏବଂ ନାଲି ପଟ୍ଟି ବାନ୍ଧିଛନ୍ତି ସେମାନଙ୍କୁ କହିଦିଅ ପାକିସ୍ତାନ ଚାଲିଯାଆନ୍ତୁ।”

ସେ ଆହୁରି ମଧ୍ୟ କହିଥିଲେ, “ଦେଶରେ ଯଦି ରହିବାର ନାହିଁ ଚାଲିଯାଅ। ଏଠି ଆସି ଆଉ କାହାର ଗୁଣଗାନ କରିବ। ଏ ଗଳି ମୋର ମନେ ରହିଗଲା। ଆଉ ଯାହା ମୁଁ ମନେ ରଖିଦିଏ, ମୁଁ ସେମାନଙ୍କ ଆଇ ପର୍ଯ୍ୟନ୍ତ ପହଞ୍ଚିଯିବି। ଏ ଗଳିରେ ଯାହା କିଛି ହେଇଯିବ ତୁମେମାନେ ହିଁ ଶୁଝିବ। ଗୋଟିଏ ଗୋଟିଏ ଘରୁ ଜଣେ ଲେଖାଏ ଲୋକଙ୍କୁ ଜେଲରେ ପୁରେଇଦେବି।”

ତେବେ ଏପରି କାହିଁକି କହିଲେ ପଚରାଯିବାରୁ ଉତ୍ତରରେ ଅଖିଲେଶ କହିଛନ୍ତି, “ଏହି ଅଞ୍ଚଳରେ ହିଂସା ଲୁଚି ରହିଥିଲା। ମୁଁ ଯେତେବେଳେ ଗଳିରେ ପହଞ୍ଚିଲି କିଛି ଅସାମାଜିକ ଲୋକ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଉଥିଲେ। ସେମାନେ ଆମକୁ ଦେଖି ଦୌଡ଼ିପଳାଇଲେ। ମୁଁ ସେମାନଙ୍କୁ କହିଲି ଯଦି ଏପରି ସ୍ଲୋଗାନ ଦେବାର ଅଛି ଏବଂ ଭାରତକୁ ଘୃଣା କରିବାର ଅଛି, ପାକିସ୍ତାନ ଚାଲିଯାଅ।” ଏସ୍‌ପି କହିଛନ୍ତି ସେମାନଙ୍କୁ ପ୍ରାୟ ୨୦ ବର୍ଷ ପାଖାପାଖି ବୟସ ହେବ। ଉତ୍ତରପ୍ରଦେଶ ପୁଲିସ୍‌ ସେମାନଙ୍କୁ ଚିହ୍ନଟ କରୁଛି।

Related story