ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ‘କେମ୍ ଛୋ, ଟ୍ରମ୍ପ’

ନୂଆଦିଲ୍ଲୀ: ଚଳିତ ମାସ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ୫ ମାସ ପୂର୍ବେ ଆମେରିକା ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ମୋଦି ଆମେରିକା ଯାଇଥିବା ବେଳେ ହଷ୍ଟନର ଟେକ୍ସାସରେ ଆମେରିକା ସରକାରଙ୍କ ପକ୍ଷରୁ ‘ହାଓ୍ୱଡି ମୋଦି’ ନାମରେ ଏକ କାର୍ଯ୍ୟକ୍ରମ ହୋଇଥିଲା। ଏବେ ଟ୍ରମ୍ପଙ୍କ ଗସ୍ତକୁ ଲକ୍ଷ୍ୟରେ ରଖି ଗୁଜରାଟ ସରକାର ମଧ୍ୟ ‘କେମଛୋ […]

howdy modi

howdy modi

Subhransu Sekhar
  • Published: Wednesday, 12 February 2020
  • Updated: 12 February 2020, 04:36 PM IST

ନୂଆଦିଲ୍ଲୀ: ଚଳିତ ମାସ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ୫ ମାସ ପୂର୍ବେ ଆମେରିକା ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ମୋଦି ଆମେରିକା ଯାଇଥିବା ବେଳେ ହଷ୍ଟନର ଟେକ୍ସାସରେ ଆମେରିକା ସରକାରଙ୍କ ପକ୍ଷରୁ ‘ହାଓ୍ୱଡି ମୋଦି’ ନାମରେ ଏକ କାର୍ଯ୍ୟକ୍ରମ ହୋଇଥିଲା। ଏବେ ଟ୍ରମ୍ପଙ୍କ ଗସ୍ତକୁ ଲକ୍ଷ୍ୟରେ ରଖି ଗୁଜରାଟ ସରକାର ମଧ୍ୟ ‘କେମଛୋ ଟ୍ରମ୍ପ’ ନାମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଗୁଜରାଟୀ ଭାଷାରେ ‘କେମଛୋ ଟ୍ରମ୍ପ’ର ଅର୍ଥ କେମିତି ଅଛନ୍ତି ଟ୍ରମ୍ପ। ସେହିପରି ‘ହାଓ୍ୱଡି ମୋଦି’ର ଅର୍ଥ କେମିତି ଅଛନ୍ତି ମୋଦି।

ଆମେରିକା ରାଷ୍ଟ୍ରପତି ତାଙ୍କ ପତ୍ନୀ ମେଲାନିଆଙ୍କ ସହ ଭାରତ ଗସ୍ତରେ ୨୪ ତାରିଖରେ ଦିଲ୍ଲୀରେ ପହଞ୍ଚିବେ । ଏହାପରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜ୍ୟ ଗୁଜରାଟ ଯିବେ। ଅହମଦାବାଦ ବିମାନ ବନ୍ଦରରେ ଆମେରିକା ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ। ଏହାପରେ ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ ସାବରମତୀ ଆଶ୍ରମକୁ ୧୦ କିଲୋମିଟର ରୋଡ୍ ଶୋ’ ମାଧ୍ୟମରେ ଯିବେ।

ଏହାପରେ ୧ ଲକ୍ଷ ଲୋକଙ୍କ ଗହଣରେ କେମ୍ ଛୋ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଅବସରରେ ଟ୍ରମ୍ପ ଉଦବୋଧନ ଦେବେ। ଟ୍ରମ୍ପଙ୍କ ଏହି ଗସ୍ତ ବେଳେ ଭାରତ-ଆମେରିକା ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଜଣାପଡ଼ିଛି।

ଟ୍ରମ୍ପଙ୍କ ପୂର୍ବରୁ ଚୀନ ରାଷ୍ଟ୍ରପତି ଜିଙ୍ଗ ପିଙ୍ଗ୍, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଅହମଦବାଦରେ ୨୦୧୪ରୁ ୨୦୧୮ ମଧ୍ୟରେ ଭବ୍ୟ ସ୍ୱାଗତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos