ଟ୍ରମ୍ପ ଜି-୭ ସମ୍ମିଳନୀକୁ ଡାକିଲେ, ଜର୍ମାନୀ ମନାକଲା

ୱାଶିଂଟନ: ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଟ୍ରମ୍ପଙ୍କ ଏହି ନିମନ୍ତ୍ରଣକୁ ଆଞ୍ଜେଲା ମନା କରି ଦେଇଥିବା ଜଣାପଡ଼ିଛି। ଆମେରିକାର ଏକ ପଲିଟିକାଲ କର୍ଣ୍ଣାଲରେ ପ୍ରକାଶିତ ଖବର ଅନୁଯାୟୀ, ଜୁନ୍‌ ମାସର ଶେଷ ଭାଗରେ ୱାଶିଂଟନରେ ଜି-୭ ରାଷ୍ଟ୍ରଗୁଡ଼ିକୁ ନେଇ ସମ୍ମିଳନୀ ଆୟୋଜନ କରାଯିବ। ଏଥିପାଇଁ ଟ୍ରମ୍ପ ଚାନସେଲର ଆଞ୍ଜେଲାକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ପାଇଁ ପ୍ରଥମେ ଆଞ୍ଜେଲା […]

a

Hemant Lenka
  • Published: Saturday, 30 May 2020
  • , Updated: 30 May 2020, 11:50 AM IST

ୱାଶିଂଟନ: ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଟ୍ରମ୍ପଙ୍କ ଏହି ନିମନ୍ତ୍ରଣକୁ ଆଞ୍ଜେଲା ମନା କରି ଦେଇଥିବା ଜଣାପଡ଼ିଛି।

ଆମେରିକାର ଏକ ପଲିଟିକାଲ କର୍ଣ୍ଣାଲରେ ପ୍ରକାଶିତ ଖବର ଅନୁଯାୟୀ, ଜୁନ୍‌ ମାସର ଶେଷ ଭାଗରେ ୱାଶିଂଟନରେ ଜି-୭ ରାଷ୍ଟ୍ରଗୁଡ଼ିକୁ ନେଇ ସମ୍ମିଳନୀ ଆୟୋଜନ କରାଯିବ। ଏଥିପାଇଁ ଟ୍ରମ୍ପ ଚାନସେଲର ଆଞ୍ଜେଲାକୁ ନିମନ୍ତ୍ରଣ କରିଥିଲେ।

ନିମନ୍ତ୍ରଣ ପାଇଁ ପ୍ରଥମେ ଆଞ୍ଜେଲା ଆମେରିକା ଓ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ କରୋନା ମହାମାରୀ ସ୍ଥିତିକୁ ଦେଖି ବର୍ତ୍ତମାନ ସ୍ଥିତିରେ ଆଞ୍ଜେଲା ୱାଶିଂଟନ ଆସିପାରିବେ ନାହିଁ ବୋଲି କହିଛନ୍ତି। କରୋନା ସ୍ଥିତି ଉପରେ ତାଙ୍କର ନଜର ରହିଛି ଓ ସ୍ଥିତି ସୁଧୁରିଲେ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ କରୋନା ସ୍ଥିତି ଆମେରିକାରେ ଭୟଙ୍କର ରୂପ ଧାରଣ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ଏକ ଲକ୍ଷରୁ ଅଧିକ ଲୋକ କେବଳ ଆମେରିକାରେ ପ୍ରାଣ ହରାଇଛନ୍ତି। ତଥାପି ରାଷ୍ଟ୍ରପତି ଦେଶର ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ପ୍ରୟାସ କରୁଛନ୍ତି ଓ ଜୁନ୍‌ ଶେଷ ଭାଗରେ ଜି-୭ ସମ୍ମିଳନୀ କରିବାକୁ ଚାହୁଁଛନ୍ତି।

Related story