କଟକଣା ମୁକ୍ତ ହେଲା କୋଇଲା ଖଣି, ବଢ଼ିବ ବିଦେଶୀ ନିବେଶ

ନୂଆଦିଲ୍ଲୀ: କୋଇଲା ଖଣିର ବ୍ୟବସାୟିକ ଉତ୍ତୋଳନକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ କଟକଣା ମୁକ୍ତ କରିଛନ୍ତି। ବୁଧବାର ଅଣାଯାଇଥିବା ଏକ ବିଧେୟକ ଅନୁଯାୟୀ ସ୍ଥାନୀୟ ଓ ବିଶ୍ୱ ସ୍ତରର କମ୍ପାନୀଙ୍କ ପାଇଁ ବର୍ତ୍ତମାନ କୋଇଲା ବ୍ଲକ୍‌ ନିଲାମ ସହଜ ହେବ। ତେବେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି କୋଇଲା ଉପରେ କୋଲ୍‌ ଇଣ୍ଡିଆର ଏକଚାଟିଆ ଅଧିକାର କ୍ଷୁଣ୍ଣ ହେବନାହିଁ। ତେବେ ବର୍ତ୍ତମାନ ଏଫ୍‌ଡିଆଇ ବା ବିଦେଶୀ ନିବେଶ ବଢ଼ିବାର ସୁଯୋଗ ସୃଷ୍ଟି ହୋଇଛି। ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ପ୍ରୋମୁଲଗେସନ୍‌ […]

Coal

Subrat Kumar Nayak
  • Published: Thursday, 09 January 2020
  • , Updated: 09 January 2020, 09:02 PM IST

ନୂଆଦିଲ୍ଲୀ: କୋଇଲା ଖଣିର ବ୍ୟବସାୟିକ ଉତ୍ତୋଳନକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ କଟକଣା ମୁକ୍ତ କରିଛନ୍ତି। ବୁଧବାର ଅଣାଯାଇଥିବା ଏକ ବିଧେୟକ ଅନୁଯାୟୀ ସ୍ଥାନୀୟ ଓ ବିଶ୍ୱ ସ୍ତରର କମ୍ପାନୀଙ୍କ ପାଇଁ ବର୍ତ୍ତମାନ କୋଇଲା ବ୍ଲକ୍‌ ନିଲାମ ସହଜ ହେବ। ତେବେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି କୋଇଲା ଉପରେ କୋଲ୍‌ ଇଣ୍ଡିଆର ଏକଚାଟିଆ ଅଧିକାର କ୍ଷୁଣ୍ଣ ହେବନାହିଁ। ତେବେ ବର୍ତ୍ତମାନ ଏଫ୍‌ଡିଆଇ ବା ବିଦେଶୀ ନିବେଶ ବଢ଼ିବାର ସୁଯୋଗ ସୃଷ୍ଟି ହୋଇଛି।

ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ପ୍ରୋମୁଲଗେସନ୍‌ ଅଫ୍‌ ମିନେରାଲ ଲ’ (ସଂଶୋଧନ) ବିଧେୟକ ୨୦୨୦ ପାରିତ କରିଛନ୍ତି। ଏହା କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ ୨୦୧୫ର ସଂଶୋଧନ। ଅନ୍ୟପକ୍ଷରେ ମାଇନ୍ସ ଆଣ୍ଡ ମିନେରାଲ୍ସ ଆଇନ ୧୯୫୭କୁ ମଧ୍ୟ ସଂଶୋଧନ କାରାଯାଇଛି। ଏହି ସଂଶୋଧନ ପରେ ମାର୍ଚ୍ଚ ମାସରେ ସରିବାକୁ ଥିବା ଲୁହା ପଥର ଖଣି ପାଇଁ ନିଲାମ ଆରମ୍ଭ ହେବ।

ଏହି ବିଧେୟକ ଫଳରେ ‘କ୍ୟାପ୍ଟିଭ୍‌’ କୋଇଲା ବ୍ଲକ୍‌ ନିଲାମ ଉପରେ ଭବିଷ୍ୟତରେ ରୋକ ଲାଗିବ। ଏହା ଆଗାମୀ ବଜେଟ୍‌ ଅଧିବେଶନ ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ କାର୍ଯ୍ୟକାରୀ କରାଯିବ।

କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଷୀ କହିଛନ୍ତି, “ସଂଶୋଧନ ଫଳରେ ଏହି କ୍ଷେତ୍ରରେ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ।” ସେ କହିଛନ୍ତି ଗତ ବର୍ଷ ଦେଶ ୨୩୫ ମିଲିଅନ୍‌ ଟନ୍‌ କୋଇଲା ଆମଦାନୀ କରିଥିଲା। ଏହାର ମୂଲ୍ୟ ୧.୭୫ ଲକ୍ଷ କୋଟି ଟଙ୍କା। ଏଥିରୁ ୧୦୦ ମିଲିଅନ୍‌ କୋକିଂ କୋଲ୍‌। ସରକାର ଚାହୁଁଛନ୍ତି ବର୍ତ୍ତମାନ କୋଇଲା ଆମଦାନୀ ବନ୍ଦ କରିବେ।

ବର୍ତ୍ତମାନର ବିଧେୟକ ଅନୁଯାୟୀ, ଯେକୌଣସି ଭାରତୀୟ କମ୍ପାନୀ କୋଇଲା ବ୍ଲକ୍‌ ନିଲାମ ନେଇପାରିବେ ଏବଂ ବିକାଶ କରିପାରିବେ। ମାଇନ୍ସ ଆଣ୍ଡ ମିନେରାଲ୍ସର ସେକ୍ସନ୍‌ ୧୧ଏ ଅନୁଯାୟୀ କେନ୍ଦ୍ର ସରକାର କୋଇଲା ଖଣି ଲାଇସେନ୍ସ ଲୁହା ପଥର, ଇସ୍ପାତ ଏବଂ କୋଇଲା ଖଣି ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଙ୍କୁ ଦେଇପାରିବେ। ସେମାନଙ୍କର ଅନୁଭୂତି ସମ୍ପନ୍ନ କମ୍ପାନୀ ହୋଇଥିବା ଦରକାର ବୋଲି କୁହାଯାଇଛି।

Related story