ଭ୍ୟାକସିନ୍ ନେଲା ପରେ ଆଇସିୟୁରେ ଭର୍ତ୍ତି ହେଲେ ଡାକ୍ତର

ମେକ୍ସିକୋ ସିଟି: ବାସ୍ ଆଉ କେଇଟା ଦିନ ପରେ ସମସ୍ତଙ୍କ ପାଖରେ ପହଞ୍ଚିଯିବ କରୋନାଭାଇରସ ଭ୍ୟାକସିନ୍। ଭ୍ୟାକସିନକୁ ନେଇ ଲୋକଙ୍କ ମନରେ ନାହିଁ ନଥିବା ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ଏବେ ଭ୍ୟାକସିନକୁ ନେଇ ବିବାଦ ଦେଖା ଦେଇଛି। ମେକ୍ସିକୋରେ ଜଣେ ମହିଳା ଡାକ୍ତର ଫାଇଜର-ବାୟୋଏନଟେକ୍ କରୋନା ଭ୍ୟାକସିନ୍ ନେବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି। ଯେଉଁକାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୩୨ ବର୍ଷୀୟା ମହିଳା ଡାକ୍ତରଙ୍କୁ […]

vaccine1

vaccine1

Ranjit Kumar Jena
  • Published: Sunday, 03 January 2021
  • Updated: 03 January 2021, 01:34 PM IST

Sports

Latest News

ମେକ୍ସିକୋ ସିଟି: ବାସ୍ ଆଉ କେଇଟା ଦିନ ପରେ ସମସ୍ତଙ୍କ ପାଖରେ ପହଞ୍ଚିଯିବ କରୋନାଭାଇରସ ଭ୍ୟାକସିନ୍। ଭ୍ୟାକସିନକୁ ନେଇ ଲୋକଙ୍କ ମନରେ ନାହିଁ ନଥିବା ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ଏବେ ଭ୍ୟାକସିନକୁ ନେଇ ବିବାଦ ଦେଖା ଦେଇଛି। ମେକ୍ସିକୋରେ ଜଣେ ମହିଳା ଡାକ୍ତର ଫାଇଜର-ବାୟୋଏନଟେକ୍ କରୋନା ଭ୍ୟାକସିନ୍ ନେବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି। ଯେଉଁକାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୩୨ ବର୍ଷୀୟା ମହିଳା ଡାକ୍ତରଙ୍କୁ କରୋନା ଭ୍ୟାକସିନ୍ ଦିଆଯାଇଥିଲା। ତେବେ ଏହାର ଅଧ ଘଣ୍ଟା ଭିତରେ ତାଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେଇଥିଲା। ତାଙ୍କୁ ନିଶ୍ୱାସ ନେବା ଏବଂ ତାଙ୍କ ସ୍କିନରେ ଦାଗ ଦେଖିବାକୁ ମିଳିଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଏନସେଫାଲୋମାଇଲିଟିସ୍ ରୋଗରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା କରିଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଫାଇଜର୍ ଭ୍ୟାକସିନ୍ ନେଇଥିବା କୌଣସି ବ୍ୟକ୍ତିଙ୍କ ଭିତରେ ଏଭଳି ରିଆକ୍ସନ ଦେଖିବାକୁ ମିଳିନାହିଁ। ଏହା ପୂର୍ବରୁ ଆମେରିକାର କାଲିଫର୍ଣ୍ଣିଆରେ ଫାଇଜର୍ ଟିକା ନେବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ତାଙ୍କୁ ଭ୍ୟାକସିନ୍ ଦିଆଯିବା ପରେ ତାଙ୍କ ଭିତରେ କୌଣସି ସାଇଡ୍ ଇଫେକ୍ଟ ହୋଇନଥିବା ସ୍ୱାସ୍ଥ୍ୟକର୍ମୀ ଜଣକ କହିଥିଲେ।

ଏବେ ମେକ୍ସିକୋରୂ ଏହି ଘଟଣା ଆସିବା ପରେ ଲୋକଙ୍କ ମନରେ ଭ୍ୟାକସିନକୁ ନେଇ ଭୟ ଦେଖା ଦେଇଛି। ବର୍ତ୍ତମାନ ଏହି ଭ୍ୟାକସିନ୍ କରୋନା ଯୋଦ୍ଧାମାନଙ୍କୁ ଦିଆଯାଉଛି। ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ମଧ୍ୟ ଦିଆଯିବ। ତେଣୁ ଏହା ପୂର୍ବରୁ ଭ୍ୟାକସିନ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos