ପୂର୍ବତନ ରାଷ୍ଟ୍ରପତିଙ୍କ ତୁଳନାରେ ୪୦% କମ୍‌ ଦରମା ନେବାକୁ କହିଲେ ଏହି ରାଷ୍ଟ୍ରପତି

ମେକ୍ସିକୋର ନବ ନିର୍ବାଚିତ ରାଷ୍ଟ୍ରପତି ଏବେ ଚର୍ଚ୍ଚାରେ। ନିଜ ଦରମାର ୪୦ଭାଗ କାଟିଦେବାକୁ କହି ସେ ଚର୍ଚ୍ଚାରେ ରହିଛନ୍ତି। ମେକ୍ସିକୋର ନବ ନିର୍ବାଚିତ ରାଷ୍ଟ୍ରପତି ଆନ୍ଦ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡୋର। ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତିଙ୍କର ଦରମା ତୁଳନାରେ ସେ ୪୦ପ୍ରତିଶତ କମ୍‌ ଦରମା ନେବେ।  ନିକଟରେ ଏକ ସାକ୍ଷାତକାରରେ ଲୋପେଜ୍‌ ଏକଥା କହିଛନ୍ତି। ପ୍ରତି ମାସରେ ସେ ୫,୭୦୭ ଡଲାର୍‌ ଦରମା ନେବା କଥା କହିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀ ରାଷ୍ଟ୍ରପତିଙ୍କଠାରୁ […]

Manuel-Lopez-Obrador

Rakesh Mallick
  • Published: Tuesday, 17 July 2018
  • , Updated: 17 July 2018, 06:07 PM IST

ମେକ୍ସିକୋର ନବ ନିର୍ବାଚିତ ରାଷ୍ଟ୍ରପତି ଏବେ ଚର୍ଚ୍ଚାରେ। ନିଜ ଦରମାର ୪୦ଭାଗ କାଟିଦେବାକୁ କହି ସେ ଚର୍ଚ୍ଚାରେ ରହିଛନ୍ତି। ମେକ୍ସିକୋର ନବ ନିର୍ବାଚିତ ରାଷ୍ଟ୍ରପତି ଆନ୍ଦ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡୋର। ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତିଙ୍କର ଦରମା ତୁଳନାରେ ସେ ୪୦ପ୍ରତିଶତ କମ୍‌ ଦରମା ନେବେ।  ନିକଟରେ ଏକ ସାକ୍ଷାତକାରରେ ଲୋପେଜ୍‌ ଏକଥା କହିଛନ୍ତି। ପ୍ରତି ମାସରେ ସେ ୫,୭୦୭ ଡଲାର୍‌ ଦରମା ନେବା କଥା କହିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀ ରାଷ୍ଟ୍ରପତିଙ୍କଠାରୁ ଅଧିକ ଦରମା ନେବେନି ବୋଲି କହିଛନ୍ତି। ଏଥିସହ ସେ କିଛି ନୂଆ ଯୋଜନାର ଆରମ୍ଭ

ଉଲ୍ଲେଖଯୋଗ୍ୟ, ରବିବାର ଦିନ ମେକ୍ସିକୋରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଥିଲା। ଏହି ନିର୍ବାଚନରେ ବିରୋଧୀ ଦଳର ନେତା ଆନ୍ଦ୍ରେସ୍‌ ଲୋପେଜ୍‌ ଓବ୍ରାଡୋର ବିଜୟ ହାସଲ କରିଛନ୍ତି।

Related story