ଲକଡାଉନରେ ଫସିଥିବା ଲୋକଙ୍କୁ ଘରକୁ ଫେରିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଜାରି କରାଯାଇଛି। ଲକଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀମାନେ ଫସି ରହିଛନ୍ତି। ତେବେ ଏମାନଙ୍କୁ ଘରକୁ ଫେରିବାକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି। ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଥିଲେ ହେଁ ଏକାଧିକ ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଲକଡାଉନ ଯୋଗୁ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତିମାନେ ଫସି ରହିଛନ୍ତି। ସେମାନଙ୍କୁ […]

yt

Hemant Lenka
  • Published: Wednesday, 29 April 2020
  • , Updated: 29 April 2020, 06:33 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଜାରି କରାଯାଇଛି। ଲକଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀମାନେ ଫସି ରହିଛନ୍ତି। ତେବେ ଏମାନଙ୍କୁ ଘରକୁ ଫେରିବାକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି।

ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଥିଲେ ହେଁ ଏକାଧିକ ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଲକଡାଉନ ଯୋଗୁ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତିମାନେ ଫସି ରହିଛନ୍ତି। ସେମାନଙ୍କୁ ଘରକୁ ଫେରିବା ପାଇଁ ଅନୁମତି ମିଳିଛି। ହେଲେ ସେମାନଙ୍କୁ ନିମ୍ନଲିଖିତ ଗାଇଡଲାଇନ ପାଳନ କରିବାକୁ ପଡ଼ିବ।

ସେଗୁଡ଼ିକ ହେଲା-

୧-ଅଟକି ରହିଥିବା ଲୋକଙ୍କୁ ଛାଡ଼ିବା ଓ ଗ୍ରହଣ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନୋଡାଲ ଅଧିକାରୀ ନିଯୁକ୍ତ କରିବେ। ଏଥିସହ ଏସଓପି ମଧ୍ୟ ପାଳନ କରିବେ। ଏହି ନୋଡାଲ ଅଧିକାରୀମାନେ ଫସି ରହିଥିବା ଶ୍ରମିକମାନଙ୍କ ପଞ୍ଜୀକରଣ କରିବେ।

୨-ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଲୋକଙ୍କୁ ନିଆଯିବାର ଥିଲା ସଂପୃକ୍ତ ସରକାରମାନେ ପରସ୍ପର ସହ ଆଲୋଚନା କରି ସହମତି ଭିତ୍ତିରେ କାର୍ଯ୍ୟ କରିବେ।

୩-ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଥିବା ଲୋକଙ୍କର ସ୍କ୍ରିନିଂ କରାଯିବ। ଯେଉଁମାନଙ୍କର କୌଣସି କରୋନା ଲକ୍ଷଣ ଦେଖାଯିବ ନାହିଁ, ସେମାନଙ୍କୁ ଯାତାୟାତ କରିବାକୁ ଅନୁମତି ମିଳିବ।

୪-ଏକାଧିକ ଲୋକଙ୍କୁ ନେବା ପାଇଁ ବସର ବ୍ୟବହାର ହେବ। ବସଗୁଡ଼ିକୁ ସାନିଟାଇଜ କରାଯିବ ଓ ବସ ମଧ୍ୟରେ ସାମାଜିକ ଦୂରତାକୁ ପାଳନ କରାଯିବ।

୫-ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ବେଳେ ଯଦି ମଝିରେ ଆଉ କିଛି ରାଜ୍ୟ ପଡ଼େ, ତା’ହେଲେ ସେଠାରେ ସଂପୃକ୍ତ ରାଜ୍ୟଗୁଡ଼ିକ ବସକୁ ଯାତାୟାତ ପାଇଁ ଅନୁମତି ଦେବେ।

୬-ନିଜ ରାଜ୍ୟରେ ପହଞ୍ଚିବା ପରେ ସ୍ଥାନୀୟ ଅଧିକାରୀମାନେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଓ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ଯେଉଁମାନେ ଚାହିଁବେ ହୋମ କ୍ୱାରେଣ୍ଟାଇନରେ ରହିବେ ନଚେତ ସମସ୍ତଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ।

ସେଠାରେ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଏଥିପାଇଁ ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ମଧ୍ୟ ପରାମର୍ଶ ଦିଆଯିବ।

Related story