ବିଦେଶରେ ଥିବା ୯ ଖଲିସ୍ତାନୀଙ୍କୁ ଆତଙ୍କୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ଖଲିସ୍ତାନ ବିଦ୍ରୋହୀ ଗୋଷ୍ଠୀଙ୍କ ନିର୍ଦ୍ଦେଶରେ କାମ କରୁଥିବା ଓ ବିଦେଶରେ ରହୁଥିବା ୯ ଜଣ ସଦସ୍ୟଙ୍କୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆତଙ୍କବାଦୀ ଘୋଷଣା କରିଛି। ୟୁଏପିଏ ଆଇନ ବଳରେ ଏମାନଙ୍କୁ ଆତଙ୍କୀ ଘୋଷଣା କରାଯାଇଛି। ଏହି ୯ ଖଲିସ୍ତାନୀ ଆତଙ୍କବାଦୀ ଭାରତରେ ମୋଷ୍ଟ ୱାଣ୍ଟେଣ୍ଡ। ଏମାନେ ସମସ୍ତେ ଭାରତ ବାହାରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନର ବୋଲି ଜଣାପଡ଼ିଛି। ଦ୍ୱିତୀୟ ଥର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଆତଙ୍କୀଙ୍କ ତାଲିକା ପ୍ରକାଶ ପାଇଛି। […]

kh

Hemant Lenka
  • Published: Wednesday, 01 July 2020
  • , Updated: 01 July 2020, 09:00 PM IST

ନୂଆଦିଲ୍ଲୀ: ଖଲିସ୍ତାନ ବିଦ୍ରୋହୀ ଗୋଷ୍ଠୀଙ୍କ ନିର୍ଦ୍ଦେଶରେ କାମ କରୁଥିବା ଓ ବିଦେଶରେ ରହୁଥିବା ୯ ଜଣ ସଦସ୍ୟଙ୍କୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆତଙ୍କବାଦୀ ଘୋଷଣା କରିଛି। ୟୁଏପିଏ ଆଇନ ବଳରେ ଏମାନଙ୍କୁ ଆତଙ୍କୀ ଘୋଷଣା କରାଯାଇଛି। ଏହି ୯ ଖଲିସ୍ତାନୀ ଆତଙ୍କବାଦୀ ଭାରତରେ ମୋଷ୍ଟ ୱାଣ୍ଟେଣ୍ଡ।

ଏମାନେ ସମସ୍ତେ ଭାରତ ବାହାରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନର ବୋଲି ଜଣାପଡ଼ିଛି। ଦ୍ୱିତୀୟ ଥର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଆତଙ୍କୀଙ୍କ ତାଲିକା ପ୍ରକାଶ ପାଇଛି। ୨୦୧୯ ସେପ୍ଟେମ୍ବର ମାସରେ ଭାରତର ମୌଲାନା ମାସୁଦ ଆଝାର, ହାଫିଜ ସୟିଦ, ଜାକି ଉର ରେହମାନ ଲଖଭୀ ଓ ଦାଉଦ ଇବ୍ରାହିମକୁ ଆତଙ୍କୀ ଘୋଷଣା କରିଥିଲେ।

ଆଜି ଭାରତ ସରକାର ବାବର ଖାଲସା ଇଣ୍ଟନ୍ୟାଶନାଲ ଆତଙ୍କୀ ସଂଗଠନର ମୁଖ୍ୟ ୱାଦ୍ଧାୱା ସିଂହ ବାବର, ଇଣ୍ଟରନ୍ୟାଶନାଲ ଶିଖ ୟୁଥ ଫେଡରେସନର ମୁଖ୍ୟ ଲଖବୀର ସିଂହ, ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ରଣଜୀତ ସିଂହ, ଖଲିସ୍ତାନ କମାଣ୍ଡୋ ଫୋର୍ସ ମୁଖ୍ୟ ପରମଜୀତ ସିଂହ, ଜର୍ମାନୀରେ ରହୁଥିବା ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ସଦସ୍ୟ ଭୂପିନ୍ଦର ସିଂହ ଭିନ୍ଧା, ଗୁରମିତ ସିଂହ ବାଗା, ଆମେରିକାରେ ରହୁଥିବା ଶିଖ ଫର ଜଷ୍ଟିସର ସଦସ୍ୟ ଗୁରପାତୱାନ୍ତ ସିଂହ ପାନ୍ନୁ, କାନାଡାରେ ରହୁଥିବା ଖଲିସ୍ତାନ ଟାଇଗର ଫୋର୍ସର ହରଦୀପ ସିଂହ ନିଜ୍ଜାର ଓ ଆମେରିକାରେ ରହୁଥିବା ବାବର ଖାଲସା ଇଣ୍ଟରନ୍ୟାଶନାଲର ପରମଜିତ ସିଂହକୁ ଆତଙ୍କବାଦୀ ଘୋଷଣା କରିଛନ୍ତି।

ବିଦେଶୀ ମାଟିରେ ରହି ଆମେ ଭାରତ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଷଡ଼ଯନ୍ତ୍ର କରୁଥିବାରୁ ଏମାନଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସରକାର କହିଛନ୍ତି।

Related story