ଆତଙ୍କୀ ଫଣ୍ଡିଂରେ ଲଗାମ୍‌ ପାଇଁ ୮ ଜଣିଆ ଟିମ୍‌ ଗଠିତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଚିନ୍ତାର କାରଣ ପାଲଟିଥିବା ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ୮ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ‘ଟେରର ମନିଟରିଂ ଗ୍ରୁପ୍‌’ ସମନ୍ୱିତ ଓ ମିଳିତ ଭାବରେ କାର୍ଯ୍ୟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବ। ଗୃହମନ୍ତ୍ରଣାଳୟର ଜମ୍ମୁକଶ୍ମୀର ବିଭାଗ ପକ୍ଷରୁ କୁହାଯାଇଛି, ଏହି ଗ୍ରୁପ୍‌ ଆତଙ୍କବାଦ, ଆତଙ୍କବାଦକୁ ଅର୍ଥ ଯୋଗାଣ ଏବଂ ଆତଙ୍କବାଦ ସମ୍ପର୍କିତ କାର୍ଯ୍ୟକଳାପ ଆଦି ମାମଲାରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ […]

jk

Subrat Kumar Nayak
  • Published: Friday, 29 March 2019
  • , Updated: 29 March 2019, 10:59 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଚିନ୍ତାର କାରଣ ପାଲଟିଥିବା ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ୮ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ‘ଟେରର ମନିଟରିଂ ଗ୍ରୁପ୍‌’ ସମନ୍ୱିତ ଓ ମିଳିତ ଭାବରେ କାର୍ଯ୍ୟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବ।

ଗୃହମନ୍ତ୍ରଣାଳୟର ଜମ୍ମୁକଶ୍ମୀର ବିଭାଗ ପକ୍ଷରୁ କୁହାଯାଇଛି, ଏହି ଗ୍ରୁପ୍‌ ଆତଙ୍କବାଦ, ଆତଙ୍କବାଦକୁ ଅର୍ଥ ଯୋଗାଣ ଏବଂ ଆତଙ୍କବାଦ ସମ୍ପର୍କିତ କାର୍ଯ୍ୟକଳାପ ଆଦି ମାମଲାରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ଯୁକ୍ତିଯୁକ୍ତ ଶେଷରେ ପହଞ୍ଚାଇବ। ଏହି ଗ୍ରୁପ୍‌ ସେହି ସମସ୍ତ ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ଧ୍ୟାନ ରଖିବ ଯେଉଁମାନେ ଆତଙ୍କବାଦକୁ କୌଣସି ଉପାୟରେ ସମର୍ଥନ ଜଣାଉଛନ୍ତି ଏବଂ ସେମାନଙ୍କ ପାଇଁ ଅର୍ଥ ଯୋଗାଡ଼ କରୁଛନ୍ତି। ଏହି ଗ୍ରୁପ୍‌ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ।

ଏହି ୮ ଜଣଙ୍କ ମଧ୍ୟରେ ଜମ୍ମୁକଶ୍ମୀର ସିଆଇଡିର ଏଡିଜିପି ଏହାର ଅଧ୍ୟକ୍ଷ ରହିବେ। ସେହିଭଳି ଜମ୍ମୁକଶ୍ମୀର ଆଇଜିପି, ଜମ୍ମୁକଶ୍ମୀର ଗୁଇନ୍ଦା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ସିବିଆଇର ପ୍ରତିନିଧି, ଏନ୍‌ଆଇଏର ପ୍ରତିନିଧି, ସିବିଡିଟିର ପ୍ରତିନିଧି, ସିବିଆଇସିର ପ୍ରତିନିଧି ଏବଂ ଜଣେ ଅଧ୍ୟକ୍ଷଙ୍କ ମନୋନୀତ ସଦସ୍ୟ ରହିବେ।

ଆତଙ୍କବାଦୀଙ୍କ ଆସୁଥିବା ଅର୍ଥର ବିଭିନ୍ନ ଚ୍ୟାନେଲ ଉପରେ ସେମାନେ ନଜର ରଖିବେ। ଏହି ରିଲିଜ୍‌ରେ ଆହୁରି ମଧ୍ୟ କୁହାଯାଇଛି, “ଏହି ଗ୍ରୁପ୍ ଶିକ୍ଷକ ଏବଂ ଅନ୍ୟ ସରକାରୀ ଅଧିକାରୀ ଯେଉଁମାନେ ଆତଙ୍କବାଦୀଙ୍କ ହାର୍ଡକୋର୍ ସମର୍ଥକ ପାଲଟିଛନ୍ତି, ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବ।”

Related story