“କେବଳ ଅଗୁସ୍ତା ନୁହେଁ ଅନ୍ୟ ଡିଲ୍‌ରେ ମଧ୍ୟ ରହିଛି ମିଶେଲ୍‌ର ହାତ”

ନୂଆଦିଲ୍ଲୀ: ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣାରେ ମଧ୍ୟସ୍ଥି କୁହାଯାଉଥିବା ଖ୍ରୀଷ୍ଟିଆନ୍‌ ମିଶେଲ୍‌ କେବଳ ଏହି ଗୋଟିଏ ଡିଲ୍‌ରେ ନୁହେଁ, ଅନ୍ୟ କିଛି ଡିଲ୍‌ରେ ମଧ୍ୟ ବେଶ୍‌ ଅର୍ଥ କମାଇଥିବା ଅଭିଯୋଗ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜିଠାରୁ ଫେବୃଆରୀ ୨୬ ତାରିଖ ଯାଏ କୋର୍ଟ ମିଶେଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ଅବସରରେ ଇଡି ଏହି ତଥ୍ୟ ରଖିଛି। ଏହି ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଅଗୁସ୍ତା ଡିଲ୍‌ରୁ ମିଶେଲ୍‌ ୨୪.୨୫ ମିଲିୟନ୍‌ ୟୁରୋ ଏବଂ […]

christian

Subrat Kumar Nayak
  • Published: Saturday, 05 January 2019
  • , Updated: 05 January 2019, 09:26 PM IST

ନୂଆଦିଲ୍ଲୀ: ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣାରେ ମଧ୍ୟସ୍ଥି କୁହାଯାଉଥିବା ଖ୍ରୀଷ୍ଟିଆନ୍‌ ମିଶେଲ୍‌ କେବଳ ଏହି ଗୋଟିଏ ଡିଲ୍‌ରେ ନୁହେଁ, ଅନ୍ୟ କିଛି ଡିଲ୍‌ରେ ମଧ୍ୟ ବେଶ୍‌ ଅର୍ଥ କମାଇଥିବା ଅଭିଯୋଗ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜିଠାରୁ ଫେବୃଆରୀ ୨୬ ତାରିଖ ଯାଏ କୋର୍ଟ ମିଶେଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ଅବସରରେ ଇଡି ଏହି ତଥ୍ୟ ରଖିଛି।

ଏହି ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଅଗୁସ୍ତା ଡିଲ୍‌ରୁ ମିଶେଲ୍‌ ୨୪.୨୫ ମିଲିୟନ୍‌ ୟୁରୋ ଏବଂ ୧,୬୦,୯୬,୨୪୫ ମିଲିୟନ୍‌ ୟୁରୋ ନେଇଛି। ତାଙ୍କୁ ପଚରାଉଚରା କରାଯିବା ସମୟରେ ଅନ୍ୟ ଡିଲ୍‌ରୁ ମଧ୍ୟ ସେ ଅର୍ଥ ସଂଗ୍ରହ କରିଥିବା ଜଣାଯାଇଛି।

ଇଡିର ସ୍ୱତନ୍ତ୍ର ଓକିଲ ଡିପି ସିଂହ ଏବଂ ଏନ୍‌କେ ମେହେଟ୍ଟା କୋର୍ଟକୁ କହିଛନ୍ତି, ଅଭିଯୁକ୍ତ ମିଶେଲ୍‌ ‘ହାୱଲା’ ଗୋଷ୍ଠୀଙ୍କ ଦ୍ୱାରା ଏହି ଅର୍ଥ ହାସଲ କରିଥିଲେ ଏବଂ ସମ୍ପତ୍ତି କିଣିଥିଲେ।

ମିଶେଲ୍‌ର ୧୪ ଦିନିଆ ରିମାଣ୍ଡ ସରିବା ପୂର୍ବରୁ ତାକୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଏହାର କାରଣ ସ୍ୱରୂପ ଦର୍ଶାଯାଇଥିଲା ତାକୁ ମୁକ୍ତ ଛାଡ଼ିଦିଆଗଲେ ସେ ଠକି ଚାଲିଯିବେ। ସେ ଜଣେ ବ୍ରିଟିଶ୍‌ ନାଗରିକ ହୋଇଥିବାରୁ ସେ ଭାରତରୁ ଖସିଯିବା ଏବଂ ଗାଏବ୍‌ ହୋଇଯିବା କିଛି ବିଚିତ୍ର ନୁହେଁ ବୋଲି ମଧ୍ୟ ଇଡି ଯୁକ୍ତି ଦର୍ଶାଇଛି। ଥରେ ଖସିଲେ ପୁଣି ପ୍ରତ୍ୟର୍ପଣ କରିବା କଷ୍ଟକର ବୋଲି ଇଡି ନିଜ ପକ୍ଷ ରଖିବା ଅବସରରେ କହିଥିଲା।

ମିଶେଲ୍‌ଙ୍କ ଓକିଲ ତାଙ୍କୁ ହ୍ୟାଣ୍ଡଶେକ୍‌ ବାହାନାରେ ଏକ କାଗଜ ନୋଟ ଦେଇଥିବା ନେଇ ଇଡିର ଅଭିଯୋଗ ପରେ କୋର୍ଟ ପୂର୍ବରୁ ମଧ୍ୟ ମିଶେଲ୍‌ଙ୍କ ଉପରେ କଟକଣା ଲଗାଇଛନ୍ତି। ‘ଶ୍ରୀମତି ଗାନ୍ଧି’ଙ୍କ ବାବଦରେ ପ୍ରଶ୍ନ ଆସିଲେ ଏଡ଼ାଇଯିବାକୁ ଏଥିରେ ଲେଖାଥିବା ଜଣାଯାଇଛି।

ଏହି ଅବସରରେ ଇଡି କହିଛି ‘ଆର୍‌’ ନାମଧାରୀ ଜଣେ 'ବଡ଼ ଲୋକ'ଙ୍କୁ ମଧ୍ୟ ଠାବ କରିବାର ପ୍ରୟାସ ଚାଲୁରହିଛି। କାରଣ ଏହି ‘ଆର୍‌’ ରୀତିମତ ମିଶେଲ୍‌ଙ୍କ ଯୋଗାଯୋଗରେ ଥିଲା।

Related story