ସାଇକେଲରେ ୧୦୦୦ କିମି ଯାତ୍ରା, ଖାଇବା ପାଇଁ ଅଟକି ଥିବା ବେଳେ କାର ଧକ୍କାରେ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଲକଡାଉନ ଯୋଗୁ ଗାଡ଼ି ଚାଲୁ ନଥିବାରୁ ସାଇକେଲ ଯୋଗେ ଦିଲ୍ଲୀରୁ ଦୀର୍ଘ ୧ ହଜାର କିମି ବାଟ ନିଜ ଘର ବିହାରର ପୂର୍ବ ଚମ୍ପାରନ ଆସୁଥିବା ଜଣେ ଯୁବ ପ୍ରବାସୀ ଶ୍ରମିକ ଅଧା ବାଟରେ ହିଁ ପ୍ରାଣ ହରାଇଛନ୍ତି। ସେ ଦୀର୍ଘ ୫ ଦିନ କାଳ ସାଇକେଲ ଚଲାଇ ଲକ୍ଷ୍ନୌରେ ପହଞ୍ଚଥିଲେ। ତେବେ ସେଠାରେ ଖାଇବା ପାଇଁ ଅଟକି ଥିବା ବେଳେ […]

a

Hemant Lenka
  • Published: Monday, 11 May 2020
  • , Updated: 11 May 2020, 08:29 AM IST

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଲକଡାଉନ ଯୋଗୁ ଗାଡ଼ି ଚାଲୁ ନଥିବାରୁ ସାଇକେଲ ଯୋଗେ ଦିଲ୍ଲୀରୁ ଦୀର୍ଘ ୧ ହଜାର କିମି ବାଟ ନିଜ ଘର ବିହାରର ପୂର୍ବ ଚମ୍ପାରନ ଆସୁଥିବା ଜଣେ ଯୁବ ପ୍ରବାସୀ ଶ୍ରମିକ ଅଧା ବାଟରେ ହିଁ ପ୍ରାଣ ହରାଇଛନ୍ତି। ସେ ଦୀର୍ଘ ୫ ଦିନ କାଳ ସାଇକେଲ ଚଲାଇ ଲକ୍ଷ୍ନୌରେ ପହଞ୍ଚଥିଲେ।

ତେବେ ସେଠାରେ ଖାଇବା ପାଇଁ ଅଟକି ଥିବା ବେଳେ କାର୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଯୁବ ପ୍ରବାସୀ ଶ୍ରମିକଙ୍କ ବୟସ ୨୬ ଓ ତାଙ୍କ ନାଁ ସଗହୀର ଅନସାରୀ।

ଲକଡାଉନ ଯୋଗୁ କିଛି କାମ ନ ମିଳିବାରୁ ମେ’ ୫ରେ ଅନସାରୀ ଓ ତାଙ୍କର ୭ ଜଣ ସାଙ୍ଗ ସାଇକେଲ ଧରି ଦିଲ୍ଲୀରୁ ବିହାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ୫ ଦିନ କାଳ ସାଇକେଲ ଯାତ୍ରା ପରେ ସେମାନେ ଲକ୍ଷ୍ନୌରେ ପହଞ୍ଚିଥିଲେ। ଶନିବାର ଦିନ ୧୦ଟା ବେଳେ ଏହି ଶ୍ରମିକମାନେ ଏକ ଡିଭାଡରରେ ବସି ଭାତ ରାନ୍ଧିଥିଲେ ଓ ଖାଇବା ଆରମ୍ଭ କରୁଥିଲେ। ହେଲେ ଏହି ସମୟରେ ଏକ କାର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେବା ସହ ଅନସାରୀଙ୍କ ଉପରେ ଚଢ଼ି ଯାଇଥିଲା।

ଡିଭାଡରେ କିଛି ଗଛ ଥିବାରୁ ଅନ୍ୟମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ। କାର ଡ୍ରାଇଭର ଘଟଣା ପରେ ଟଙ୍କା ଦେଇ ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ। ହେଲେ ଅନସାରୀଙ୍କ ବନ୍ଧୁମାନେ ଟଙ୍କା ନେବାକୁ ମନା କରିଥିଲେ। ଡ୍ରାଇଭର ଜଣଙ୍କ ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

ଅନସାରୀଙ୍କ ବନ୍ଧୁମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ସ୍ଥାନୀୟ ଅଞ୍ଚଳର ଏକ ଏନଜିଓ ଟଙ୍କା ଯୋଗାଡ଼ କରି ଅନସାରୀଙ୍କ ମୃତଦେହକୁ ତାଙ୍କ ଘରକୁ ପଠାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି କାରଟିକୁ ଠାବ କରିବାକୁ ଉଦ୍ୟମ କରୁଛି।

ଗୁରୁବାର ଉତ୍ତରପ୍ରଦେଶରୁ ଲକ୍ଷ୍ନୌରୁ ଜଣେ ଶ୍ରମିକ ଓ ତାଙ୍କ ପତ୍ନୀ ୭୫୦ କିମି ଦୂରରେ ଥିବା ସେମାନଙ୍କ ଘର ବେମେତ୍ରକୁ ଚାଲିଚାଲି ଯାଉଥିବା ବେଳେ ସମାନ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ।

Related story