ବ୍ରିଜ ତଳେ ରହୁଥିବା ଶ୍ରମିକଙ୍କୁ ଆଶ୍ରୟସ୍ଥଳୀ ଯୋଗାଇଲେ କେଜ୍ରି ସରକାର

ନୂଆଦିଲ୍ଲୀ: ଲକଡାଉନର ୨୨ ଦିନ ପରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ କେଜ୍ରିଓ୍ୱାଲ ସରକାରଙ୍କ କାନରେ ପଡ଼ିଛି। ଯମୁନା ବ୍ରିଜ ତଳେ ୨୨ ଦିନ ହେବ ରହିଆସୁଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଓ ରହିବା ପାଇଁ ଘର ଯୋଗାଇ ଦେଇଛନ୍ତି କେଜ୍ରିଓ୍ୱାଲ ସରକାର। ଗଣମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କ ଲକଡାଉନ୍ ବେଳର ଜୀପନ ଯାପନ ବାବଦରେ ଅହରହ ଖବର ପ୍ରକାଶ ପାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏ ନେଇ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି। ମାର୍ଚ୍ଚ ୨୪ରେ ସଂଧ୍ୟାରେ ପ୍ରଧାନମନ୍ତ୍ରୀ […]

Migrants Living under Flyover

Subhransu Sekhar
  • Published: Thursday, 16 April 2020
  • , Updated: 16 April 2020, 04:40 PM IST

ନୂଆଦିଲ୍ଲୀ: ଲକଡାଉନର ୨୨ ଦିନ ପରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ କେଜ୍ରିଓ୍ୱାଲ ସରକାରଙ୍କ କାନରେ ପଡ଼ିଛି। ଯମୁନା ବ୍ରିଜ ତଳେ ୨୨ ଦିନ ହେବ ରହିଆସୁଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଓ ରହିବା ପାଇଁ ଘର ଯୋଗାଇ ଦେଇଛନ୍ତି କେଜ୍ରିଓ୍ୱାଲ ସରକାର। ଗଣମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କ ଲକଡାଉନ୍ ବେଳର ଜୀପନ ଯାପନ ବାବଦରେ ଅହରହ ଖବର ପ୍ରକାଶ ପାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏ ନେଇ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି।

ମାର୍ଚ୍ଚ ୨୪ରେ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ଘୋଷଣା କରିବା ପରେ ଶତାଧିକ ପ୍ରବାସୀ ଶ୍ରମିକ ବେସାହାରା ହୋଇଯାଇଥିଲେ। ବିଭିନ୍ନ କଳକାରଖାନା ବନ୍ଦ ରହିବାରୁ ଏହି ପ୍ରବାସୀ ଶ୍ରମିକମାନେ ରାସ୍ତାକୁ ପଳାଇ ଆସିଥିଲେ। ରହିବା ପାଇଁ ଘର ନମିଳିବାରୁ ଶେଷରେ ଦିଲ୍ଲୀସ୍ଥିତ ଯମୁନା ନଦୀ ଘାଟରେ ଶତାଧିକ ଶ୍ରମିକ ରହିଆସୁଥିଲେ। ନିଜ ନିଜର ଗାମୁଛାକୁ ନଦୀ କୂଳରେ ବିଛାଇ ତା ଉପରେ ଶୋଇ ପଡ଼ୁଥିବା ବେଳେ ପାଖରେ ଥିବା ଆଉ କିଛି କପଡ଼ାକୁ ମୁଣ୍ଡ ତଳେ ତକିଆ ଭାବରେ ବ୍ୟବହାର କରୁଥିଲେ।

ଜଣେ ପ୍ରବାସୀ ଶ୍ରମିକ କହିଛନ୍ତି, ‘ଲକଡାଉନ୍ ପରେ ସେ ଏହି ଘାଟ ତଳେ ରହି ଆସୁଛନ୍ତି। ଦୁଇ ରାତି କେବଳ ପାଣି ପିଇ ଶୋଇଥିଲେ। ଗତକାଲି ସରକାରଙ୍କ ତରଫରୁ ଖାଇବା ମିଳିଥିଲା।

Related story