ଶ୍ରମିକ ଟ୍ରେନରେ ପ୍ରବାସୀଙ୍କୁ ମିଳୁନି ଖାଦ୍ୟ ଓ ପାଣି, ଟ୍ରାକରେ କଲେ ବିରୋଧ

ଲକ୍ଷ୍ନୌ: ପୂର୍ବ ଉତ୍ତର ପ୍ରଦେଶ ଓ ବିହାର ଯାଉଥିବା ୩ଟି ଶ୍ରମିକ ସ୍ପେଶାଲ ଟ୍ରେନର ଲୋକମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଟ୍ରେନଗୁଡ଼ିକ ୧୦ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ ସେମାନଙ୍କୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଯାତ୍ରା କରିବାକୁ ପଡ଼ୁଛି। କିଛି ଟ୍ରେନରେ ଖାଦ୍ୟ ମିଳୁନାହିଁ। ସେହିପରି ଯେଉଁ ଟ୍ରେନରେ ଖାଦ୍ୟ ମିଳୁଛି, ସେଗୁଡ଼ିକ ବାସି ବୋଲି ମଧ୍ୟ ଅଭିଯୋଗ ହୋଇଛି। ସ୍ଥିତି ଏପରି ହୋଇଥିଲା ଯେ ବିଶାଖାପଟନରୁ ବିହାର ଯାଉଥିବା ଶ୍ରମିକମାନେ ଅଧା ରାସ୍ତାରେ ଟ୍ରେନରୁ […]

w

Hemant Lenka
  • Published: Saturday, 23 May 2020
  • , Updated: 23 May 2020, 12:56 PM IST

ଲକ୍ଷ୍ନୌ: ପୂର୍ବ ଉତ୍ତର ପ୍ରଦେଶ ଓ ବିହାର ଯାଉଥିବା ୩ଟି ଶ୍ରମିକ ସ୍ପେଶାଲ ଟ୍ରେନର ଲୋକମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଟ୍ରେନଗୁଡ଼ିକ ୧୦ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ ସେମାନଙ୍କୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଯାତ୍ରା କରିବାକୁ ପଡ଼ୁଛି।

କିଛି ଟ୍ରେନରେ ଖାଦ୍ୟ ମିଳୁନାହିଁ। ସେହିପରି ଯେଉଁ ଟ୍ରେନରେ ଖାଦ୍ୟ ମିଳୁଛି, ସେଗୁଡ଼ିକ ବାସି ବୋଲି ମଧ୍ୟ ଅଭିଯୋଗ ହୋଇଛି। ସ୍ଥିତି ଏପରି ହୋଇଥିଲା ଯେ ବିଶାଖାପଟନରୁ ବିହାର ଯାଉଥିବା ଶ୍ରମିକମାନେ ଅଧା ରାସ୍ତାରେ ଟ୍ରେନରୁ ଓହ୍ଲାଇ ଟ୍ରାକ ଉପରେ ହିଁ ବିରୋଧ ପ୍ରଦର୍ଶନ କରିଥିଲେ।

ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ ନିକଟରେ ପ୍ରାୟ ୧୦ ଘଣ୍ଟା କାଳ ଟ୍ରେନଟି ପଡ଼ି ରହିଥିବା ସେମାନେ କହିଛନ୍ତି। ଟ୍ରେନରେ ଥିବା ଜଣେ ଶ୍ରମିକ କହିଛନ୍ତି, “ଟ୍ରେନଟି ଗତକାଲି ରାତି ୧୧ଟାରେ ଏଠାରେ ପହଞ୍ଚିଥିଲା। ତେବେ ସେତେବେଳୁ ଏଠାରେ ଟ୍ରେନଟି ଅଟକି ରହିଛି। ଆମକୁ ଜଣଙ୍କ ପିଛା ୧୫ ଶହ ଟଙ୍କା ଟ୍ରେନ ଯାତ୍ରା ବାବଦରେ ନିଆଯାଉଛି। ଦୁଇ ଦିନ ହେଲାଣି ଆମକୁ ନା ଖାଦ୍ୟ ନା ପାଣି କିଛି ବି ମୁଳୁନି।”

ସେହିପରି ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶର ଜଉନପୁର ଆସୁଥିବା ଆଉ ଏକ ଟ୍ରେନ ମଧ୍ୟ ବାରାଣସୀରେ ନିକଟରେ ୧୦ ଘଣ୍ଟା ଧରି ଅଟକି ରହିଛି। ଏହାକୁ ବିରୋଧୀ କରି ପ୍ରବାସୀ ଶ୍ରମିକମାନେ ରେଳ ଧାରଣାରେ ବସି ରହିଥିଲେ। ଏପରି କି ଆଉ ଏକ ଟ୍ରେନ ସେହି ଟ୍ରାକରେ ଯିବାକୁ ଥିଲେ ହେଁ ସେମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ। ଶେଷରେ ରେଳବାଇ ପୁଲିସ୍‌ ସେମାନଙ୍କୁ ବୁଝାସୁଝା କରିବା ସହ ମିଲ୍ସ ଖାଇବାକୁ ଦେବାରୁ ସେମାନେ ବିକ୍ଷୋଭ ପ୍ରତ୍ୟାହାର କରିଥିଲେ।

ଶୁକ୍ରବାର ଗୁଜରାଟରୁ ବିହାର ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନର ପ୍ରବାସୀମାନଙ୍କୁ ଉତ୍ତର ପ୍ରଦେଶର କାନପୁର ନିକଟରେ ବାସି ଖାଦ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏଥିରେ ଥିବା ଶ୍ରମିକମାନେ ହୋହାଲ୍ଲା କରିଥିଲେ।

Related story