ମିକା ସିଂ ବିରୋଧରେ କେସ୍ କରିଥିବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଅହମ୍ମଦାବାଦ: ଇଭେଣ୍ଟ ମ୍ୟାନଜମେଣ୍ଟ୍ ବିବାଦକୁ ନେଇ କଣ୍ଠଶିଳ୍ପୀ ମିକା ସିଂ ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁସାରେ, କମ୍ପାନୀର ମାଲିକାଣୀ ପ୍ରିୟଙ୍କା ଚଢା ସଙ୍ଗୀତ କାର୍ଯ୍ୟକ୍ରମ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ମିକା ସିଂ ୨୭ ଲକ୍ଷ ଟଙ୍କା ଠକିଥିବା ନେଇ ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ପୋଲିସ୍ ର କହିବାକଥା ପ୍ରିୟଙ୍କା ଚଢା ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ।  ସ୍ଥାନୀୟ ସୋଲା ସିବଲ୍ ହସ୍ପିଟାଲରେ ସେ ଚିକିତ୍ସତ ହେଉଛନ୍ତି  […]

mika

Rakesh Mallick
  • Published: Monday, 18 May 2015
  • , Updated: 18 May 2015, 10:47 AM IST

ଅହମ୍ମଦାବାଦ: ଇଭେଣ୍ଟ ମ୍ୟାନଜମେଣ୍ଟ୍ ବିବାଦକୁ ନେଇ କଣ୍ଠଶିଳ୍ପୀ ମିକା ସିଂ ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁସାରେ, କମ୍ପାନୀର ମାଲିକାଣୀ ପ୍ରିୟଙ୍କା ଚଢା ସଙ୍ଗୀତ କାର୍ଯ୍ୟକ୍ରମ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ମିକା ସିଂ ୨୭ ଲକ୍ଷ ଟଙ୍କା ଠକିଥିବା ନେଇ ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

ପୋଲିସ୍ ର କହିବାକଥା ପ୍ରିୟଙ୍କା ଚଢା ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ।  ସ୍ଥାନୀୟ ସୋଲା ସିବଲ୍ ହସ୍ପିଟାଲରେ ସେ ଚିକିତ୍ସତ ହେଉଛନ୍ତି  । ପ୍ରିୟଙ୍କାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ପ୍ରିୟଙ୍କା ପୋଲିସକୁ ଦେଇଥିବା ବୟାନ୍ ଅନୁଯାୟୀ ୨୭ ଲକ୍ଷ ଟଙ୍କା କ୍ଷତି ହେବା ପରେ ସେ ଡିପ୍ରେସନରେ ଆସି ନିଦ ବଟିକା ଖାଇଥିଲେ । ପ୍ରିୟଙ୍କା କିଛି ଦିନ ପୂର୍ବରୁ ମିକା ସିଂ ଓ ତାଙ୍କ ୬ ଜଣ ବନ୍ଧୁଙ୍କ  ବିରୋଧରେ ନାରନପୁରା ଥାନାରେ ମାମଲା ଦାୟର କରିବା ସହ ୨୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ କରିଥିଲେ ।

Related story