ମମତାଙ୍କ ସରକାରରୁ ଇସ୍ତଫା ଦେଲେ ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସିକୁ ପୁଣିଥରେ ଝଟକା ଲାଗିଛି। କ୍ୟାବିନେଟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ମମତାଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା। ସେ ମମତାଙ୍କ ସରକାରରେ କ୍ରୀଡ଼ା ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ହଠାତ୍‌ ଶ୍ରୀ ଶୁକ୍ଳା କ୍ରୀଡ଼ାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ହାୱଡାର ଟିଏମସି ଜିଲ୍ଲା ସଭାପତି ପଦକୁ ମଧ୍ୟ ବାଏବାଏ କହିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ମମତା […]

f

Hemant Lenka
  • Published: Tuesday, 05 January 2021
  • , Updated: 05 January 2021, 03:43 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସିକୁ ପୁଣିଥରେ ଝଟକା ଲାଗିଛି। କ୍ୟାବିନେଟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ମମତାଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା। ସେ ମମତାଙ୍କ ସରକାରରେ କ୍ରୀଡ଼ା ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ଆଜି ହଠାତ୍‌ ଶ୍ରୀ ଶୁକ୍ଳା କ୍ରୀଡ଼ାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ହାୱଡାର ଟିଏମସି ଜିଲ୍ଲା ସଭାପତି ପଦକୁ ମଧ୍ୟ ବାଏବାଏ କହିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ପଠାଇ ଦେଇଛନ୍ତି। ତେବେ ସେ କାହିଁକି ଇସ୍ତଫା ଦେଲେ, ସେକଥା ଜଣାପଡ଼ିନାହିଁ।

କୁହାଯାଉଛି ଯେ କ୍ରିକେଟ ଛାଡ଼ି ରାଜନୀତି ଆରମ୍ଭ କରିଥିବା ଶୁକ୍ଳା ଟିଏମସିରେ ଉପରେ ସନ୍ତୁଷ୍ଟ ନଥିଲେ। ଏଥିସହ ସେ ଆଉ ଏବେ ରାଜନୀତି କରିବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେଁ ଟିଏମସି ବିଧାୟକ ଭାବେ କାର୍ଯ୍ୟକାଳ ଶେଷ ହେବା ଯାଏ ରହିବେ ବୋଲି ଜଣାପଡ଼ିଛି।

୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ସେ ଟିଏମସିରେ ସାମିଲ ହୋଇଥିଲେ। ତାଙ୍କୁ ଟିଏମସି ହାୱଡା ଉତ୍ତର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ। ଏହି ଆସନରେ ସେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ପାଠକଙ୍କୁ ପରାସ୍ତ କରିଥିଲେ। ଏହାପରେ ତାଙ୍କୁ ମମତାଙ୍କ ସରକାରରେ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା।

Related story