ଭାରତ-ଚୀନ ସୀମା ବିବାଦ, ବୈଠକ ବାବଦରେ ମତ ରଖିଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ସୀମା ପ୍ରସଙ୍ଗରେ ଶନିବାର ଭାରତ ଏବଂ ଚୀନର ସେନା ଅଧିକାରୀ ପରସ୍ପର ଆଲୋଚନା କରିବା ପରେ ରବିବାର ବୈଦେଶିକ ମନ୍ତ୍ରାଳୟ ବୈଠକ ବାବଦରେ ପ୍ରତିକ୍ରିୟା ରଖିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକ ଶାନ୍ତିପୂର୍ଣ୍ନ ରହିଛି ଏବଂ ସକାରାତ୍ମକ ରହିଛି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି। ଲଦାଖରେ ଥିବା ସୀମାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଦେଖିଦେଇଛି। ମନ୍ତ୍ରାଳୟ ଆହୁରି କହିଛି, ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଦୁଇ ଦେଶ ପରସ୍ପର ମଧ୍ୟରେ ଥିବା […]

INDIA CHAINA BORDER

Subhransu Sekhar
  • Published: Sunday, 07 June 2020
  • , Updated: 07 June 2020, 03:55 PM IST

ନୂଆଦିଲ୍ଲୀ: ସୀମା ପ୍ରସଙ୍ଗରେ ଶନିବାର ଭାରତ ଏବଂ ଚୀନର ସେନା ଅଧିକାରୀ ପରସ୍ପର ଆଲୋଚନା କରିବା ପରେ ରବିବାର ବୈଦେଶିକ ମନ୍ତ୍ରାଳୟ ବୈଠକ ବାବଦରେ ପ୍ରତିକ୍ରିୟା ରଖିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକ ଶାନ୍ତିପୂର୍ଣ୍ନ ରହିଛି ଏବଂ ସକାରାତ୍ମକ ରହିଛି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି। ଲଦାଖରେ ଥିବା ସୀମାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଦେଖିଦେଇଛି।

ମନ୍ତ୍ରାଳୟ ଆହୁରି କହିଛି, ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଦୁଇ ଦେଶ ପରସ୍ପର ମଧ୍ୟରେ ଥିବା ବିବାଦର ସମାଧାନ କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ଦୁଇ ଦେଶ ରାଜି ରହିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ପାଇଁ ସୀମାରେ ଶାନ୍ତି ଏବଂ ସଂଘତି ଆବଶ୍ୟକ ରହିଛି। ଦେଖାଦେଇଥିବା ସ୍ଥିତିର ସମାଧାନ ପାଇଁ ସୀମାରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଦୁଇ ପକ୍ଷ ସାମରିକ ଏବଂ କୂଟନୀତିକକୁ ବ୍ୟବହାର କରିବେ ବୋଲି ଜଣାପଡ଼ିଛି।

ସେହିପରି ବୈଠକ ବେଳେ ଗଲଓ୍ୱାନ ଉପତ୍ୟକାରେ ନିୟୋଜିତ ଥିବା ନିଜ ସେନାକୁ ମୂଳ ସ୍ଥାନକୁ ଫେରାଇ ନେବା ପାଇଁ ଭାରତ ଚୀନକୁ ଆହ୍ୱାନ କରିଛି।

Related story