ଥାନାରେ ଭାଇ ଆଗରେ ରଶି ଲଗାଇ ଜୀବନ ହାରିଲା ନାବାଳିକା ଭଉଣୀ

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ନାବାଳିକା ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ପୁଲିସ୍‌ ଷ୍ଟେସନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।  ଏହି ଘଟଣା ତାଙ୍କ ଭାଇମାନଙ୍କ ଆଖି ଆଗରେ ଘଟି ଯାଇଛି। ନାବାଳିକା ଜଣଙ୍କ ବେକରେ ରଶି ଲଗାଉଥିବା ବେଳେ ତାଙ୍କୁ ଏଥିରୁ ନିବୃତ୍ତ କରିବାକୁ କୌଣସି ପୁଲିସ୍‌ କର୍ମଚାରୀ ଆସି ନଥିବା ତାଙ୍କ ଭାଇମାନେ ଅଭିଯୋଗ କରିଛନ୍ତି। ଫଳରେ ଏ ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ଘଟଣାଟି ତିଲକ୍‌ ବିହାର ପୁଲିସ୍‌ ଷ୍ଟେସନ୍‌ରେ ଘଟିଛି। […]

tilak bihar

Rakesh Mallick
  • Published: Sunday, 15 July 2018
  • , Updated: 15 July 2018, 10:10 AM IST

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ନାବାଳିକା ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ପୁଲିସ୍‌ ଷ୍ଟେସନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।  ଏହି ଘଟଣା ତାଙ୍କ ଭାଇମାନଙ୍କ ଆଖି ଆଗରେ ଘଟି ଯାଇଛି। ନାବାଳିକା ଜଣଙ୍କ ବେକରେ ରଶି ଲଗାଉଥିବା ବେଳେ ତାଙ୍କୁ ଏଥିରୁ ନିବୃତ୍ତ କରିବାକୁ କୌଣସି ପୁଲିସ୍‌ କର୍ମଚାରୀ ଆସି ନଥିବା ତାଙ୍କ ଭାଇମାନେ ଅଭିଯୋଗ କରିଛନ୍ତି। ଫଳରେ ଏ ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ଘଟଣାଟି ତିଲକ୍‌ ବିହାର ପୁଲିସ୍‌ ଷ୍ଟେସନ୍‌ରେ ଘଟିଛି।

ଅଭିଯୋଗ ଅନୁସାରେ, ପଡ଼ୋଶୀ ହାପ୍ପି ସିଂହ ଏହି ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ହେଲେ ନାବାଳିକାଙ୍କ ଘର ଲୋକେ ଏଥିରେ ରାଜି ନ ଥିଲେ। କାରଣ ତାଙ୍କର ବିବାହ ବୟସ ହୋଇ ନ ଥିଲା। ତେବେ ଗତକାଲି ହଠାତ୍ ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ଏହାପରେ ତାଙ୍କ ଭାଇମାନେ ହାପ୍ପି ସିଂହଙ୍କ ଘରକୁ ଯାଇ ସେମାନଙ୍କ ଭଉଣୀ ବିଷୟରେ ପଚାରି ଥିଲେ। କାରଣ ହାପ୍ପି ସେମାନଙ୍କ ଭଉଣୀକୁ ଅପହରଣ କରି ନେଇଥିବା ସେମାନେ ସନ୍ଦେହ କରୁଥିଲେ। ତେବେ ହାପ୍ପିଙ୍କ ପରିବାର ଲୋକେ ସେମାନଙ୍କୁ ମାରପିଟ କରିଥିଲେ। ଏନେଇ ନାବାଳିକାଙ୍କ ଭାଇମାନେ  ଥାନାରେ ଏତଲା ଦେବାକୁ ଯାଇଥିଲେ। ସେମାନେ ଅଭିଯୋଗ କରିବା ସମୟରେ ହଠାତ୍‌ ନାବାଳିକା ଜଣଙ୍କ ଥାନାରେ ପହଞ୍ଚି ଥିଲେ। ପୁଲିସ୍‌ ତାଙ୍କୁ ଏକ କୋଠରୀରେ ବସାଇବା ସହ ପାଖ କୋଠରୀରେ ତାଙ୍କ ଭାଇମାନଙ୍କୁ ବସାଇଥିଲା। ଏହି ସମୟରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପାଖ କୋଠରୀରେ ଥିବା ତାଙ୍କ ଭାଇମାନେ ଏହା ଦେଖି ଚିତ୍କାର କରି ସାହାଯ୍ୟ ପାଇଁ ପୁଲିସ୍‌କୁ ଡାକ ପକାଇ ଥିଲେ। ହେଲେ କେହି ଶୁଣି ନଥିଲେ। ଏହାପରେ ସେମାନେ ନିଜେ ଉକ୍ତ କୋଠରୀର ଦ୍ୱାର ଭାଙ୍ଗି ଭିତରକୁ ଯାଇଥିଲେ। ହେଲେ ସେତେବେଳକୁ ନାବାଳିକାଙ୍କ ମୃତ୍ୟୁ ଘଟି ସାରିଥିଲା।

Related story