ଶ୍ୱଶୂରଙ୍କ କାରନାମା କ୍ୟାମେରାରେ କଏଦ କଲେ ବୋହୂ, କହିଲେ ସୀମା ଟପିବାରୁ ବନେଇଲି ଭିଡିଓ
ଜାମସେଦ୍ପୁର(ଓଡିଶା ରିପୋର୍ଟର): “ଶ୍ୱଶୁର ବାପା ସମାନ। ହେଲେ ସେ ଏମିତି କାଣ୍ଡ କଲେ ଯେ, ନିଜ ଲାଜକୁ ତଳେ ପକାଇଲି । ଶ୍ୱଶୁରଙ୍କ ସଇତାନ୍ ସ୍ୱରୂପକୁ ଦୁନିଆ ଆଗକୁ ଆଣିବାକୁ ବାଧ୍ୟ ହୋଇ ନିଜ ଭିଡିଓ ଭାଇରାଲ କଲି।” ଜଣେ ମହିଳା ଥାନାରେ ଏମିତି କହିବା ପରେ ସମସ୍ତେ ହତବାକ୍ ହୋଇଗଲେ। ଘଟଣାଟି ଆମ ପଡୋଶୀ ରାଜ୍ୟ ଝାରଖଣ୍ଡର। ଓଡିଶା ସୀମାନ୍ତ ଜାମସେଦପୁର ଅଞ୍ଚଳର ଏହି ଚାଞ୍ଚଲ୍ୟକର ଭିଡିଓଟି ପୋଲିସ ହାତରେ ଲାଗିବା ପରେ ଅଭିଯୁକ୍ତ ଶ୍ୱଶୂରଙ୍କୁ ଗିରଫ କରିଛି ପୋଲିସ।
ଘଟଣାଟି ହେଉଛି ଏମିତି। ରୋଷେଇ ଘରେ ବୋହୂ ମିନତୀ(ଛଦ୍ମନାମ) ହଳଦିଆ ରଙ୍ଗର ସାଲୱର ପିନ୍ଧି ରୋଷେଇ କରୁଥାନ୍ତି। ଅଣ୍ଟାରେ ଖୋସା ହୋଇଥାଏ ନାଲି ଓଢଣୀ। ଆଉ ଏଇ ଦୃଶ୍ୟକୁ ଶ୍ୱଶୂର ଓମ୍ପ୍ରକାଶ ଜୟସ୍ୱୱାଲ ଦେଖି ବିଚଳିତ ହୋଇପଡନ୍ତି। ଝିଅ ସମାନ ବୋହୂର ଦେହକୁ ଦେଖି ନିଜ ମାନସିକ ସନ୍ତୁଳନ ହରାଇ ବସନ୍ତି। ହଠାତ୍ ପଶି ଆସନ୍ତି ରୋଷେଇ ଘରକୁ। ପଛପଟୁ ଜାବୁଡି ଧରନ୍ତି ବୋହୂକୁ। ମିନତୀ ତାଙ୍କ ଇରାଦା ବୁଝିପାରି ହାତ ଛିଞ୍ଚାଡୁଥାନ୍ତି। ହେଲେ କାମୁକ ଓମ୍ ନଛୋଡବନ୍ଦା। ବୋହୂଙ୍କୁ ବଳପୂର୍ବକୁ ଚୁମ୍ବନ ଦେବାକୁ ବାରମ୍ବାର ଚଷ୍ଟା କରନ୍ତି ଆଉ ତା ପରେ ତାଙ୍କ ହାତ ମିନତୀଙ୍କ ଶରୀରର ଏମିତି ଯାଗାକୁ ଛୁଏଁ ଯାହାକୁ ଲେଖିବା ଆଉ ସେ ଦୃଶ୍ୟ ବର୍ଣ୍ଣନା କରିବା ଆମପାଇଁ ଖୁବ୍ ଲଜ୍ୟାଦାୟକ। ଏମିତିକି ଏହାକୁ ଦେଖିବା ପରେ ଆପଣଙ୍କ ମୁଣ୍ଡ ବି ନଇଁଯିବ। ଶ୍ୱଶୂର ବୋହୂର ପବିତ୍ର ସମ୍ପର୍କକୁ ଏଠି ଆପଣ ବରଦାସ୍ତ କରିପାରିବେନି ଆଉ ଛି ବୋଲି ନିଶ୍ଚିତ କହିବେ।
ଖାଲି ଏମିତି ଗୋଟିଏ ଦିନର ଘଟଣା ନୁହେଁ। ମୀନତିଙ୍କୁ ବଳାତ୍କାର କରିବାକୁ ଓମ୍ପ୍ରକାଶ ଏମିତି ବାରମ୍ବାର ଚଷ୍ଟା କରିଛନ୍ତି। ହେଲେ ସଫଳ ହୋଇନାହାନ୍ତି। ଶଷେରେ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ବାଧ୍ୟହୋଇ ମିନତୀ ପୋଲିସକୁ ଦେଇଛନ୍ତି। ଯାହାକୁ ଦେଖି ଅଭିଯୁକ୍ତ ଓମ୍ପ୍ରକାଶଙ୍କୂ ପୋଲିସ ଗିରଫ କରିଛି। ଆଉ ଏହ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।