ମିଠା ଚାହା କଂଗ୍ରେସ ପାଖରେ ମିଳିବ: ମଣିଶଙ୍କର ଆୟାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁବେଳେ ଚାହା ବାଲା କହି ବ୍ୟଙ୍ଗ କରୁଥିବା କଂଗ୍ରେସ ନେତା ମଣିଶଙ୍କର ଆୟାର ଆଜି ପୁଣି ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମଣିଶଙ୍କର ମୋଦିଙ୍କ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି,“ମୋଦି ପୁଣି ପାଗଳାମି ଦେଖାଇଦେଲେ।” ସେ କହିଛନ୍ତି,“ଯେଉଁ ଦୋକାନରେ ମିଠା ଚାହା ମିଳୁଥିବ ମୁଁ ସେହି ଦୋକାନକୁ ଯିବି। କିନ୍ତୁ କଡ଼ା ଚାହା ଦୋକାନକୁ ନୁହେଁ।”  କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ରାଲିରେ […]

mani-shankar-aiyar

Rakesh Mallick
  • Published: Saturday, 19 November 2016
  • , Updated: 19 November 2016, 01:30 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁବେଳେ ଚାହା ବାଲା କହି ବ୍ୟଙ୍ଗ କରୁଥିବା କଂଗ୍ରେସ ନେତା ମଣିଶଙ୍କର ଆୟାର ଆଜି ପୁଣି ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମଣିଶଙ୍କର ମୋଦିଙ୍କ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି,“ମୋଦି ପୁଣି ପାଗଳାମି ଦେଖାଇଦେଲେ।”

ସେ କହିଛନ୍ତି,“ଯେଉଁ ଦୋକାନରେ ମିଠା ଚାହା ମିଳୁଥିବ ମୁଁ ସେହି ଦୋକାନକୁ ଯିବି। କିନ୍ତୁ କଡ଼ା ଚାହା ଦୋକାନକୁ ନୁହେଁ।”

 କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ରାଲିରେ କହିଥିଲେ, “ମୁଁ କଡ଼ା ଚାହା  ବନାଇଛି, ଯେଉଁଥି ପାଇଁ କିଛି ଲୋକଙ୍କୁ ଅସୁବିଧା  ହେଉଛି।”

ମଣିଶଙ୍କର  କହିଛନ୍ତି, “ମୁଁ ସମସ୍ତଙ୍କୁ  ମିଠା ଚାହା ପିଇବା ପାଇଁ ଆମନ୍ତ୍ରଣ କରୁଛି। ମୁଁ ନିଜେ ସମସ୍ତଙ୍କୁ ଚାହା ଦେବି।  ମିଠା ଚାହା କଂଗ୍ରେସ ପାଖରେ ମିଳିବ। ବିଜେପି ପାଖରେ କେବଳ କଡ଼ା ଚାହା ମିଳିବ।”

Related story