ମେ’ ୩୧ ଯାଏ ଲକଡାଉନ ବଢ଼ାଇଲା ଏହି କରୋନା ମୁକ୍ତ ରାଜ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇ ସାରିଛନ୍ତି। ତେବେ ଲକଡାଉନ ୪.୦ କେତେ ଦିନ ଯାଏ ଲାଗୁ ହେବ, ସେନେଇ କେନ୍ଦ୍ର ସରକାର କୌଣସି ଗାଇଡଲାଇନ ଜାରି କରିନାହାନ୍ତି। ସମ୍ଭବତଃ ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଧିବଦ୍ଧ ସୂଚନା ଦେଇପାରେ। କିନ୍ତୁ ଏହା ପୂର୍ବରୁ ମିଜୋରାମ ସରକାର ରାଜ୍ୟରେ ମେ’ ୩୧ ଯାଏ ଲକଡାଉନ ବୃଦ୍ଧି […]

faz

Hemant Lenka
  • Published: Saturday, 16 May 2020
  • , Updated: 16 May 2020, 12:27 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇ ସାରିଛନ୍ତି। ତେବେ ଲକଡାଉନ ୪.୦ କେତେ ଦିନ ଯାଏ ଲାଗୁ ହେବ, ସେନେଇ କେନ୍ଦ୍ର ସରକାର କୌଣସି ଗାଇଡଲାଇନ ଜାରି କରିନାହାନ୍ତି।

ସମ୍ଭବତଃ ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଧିବଦ୍ଧ ସୂଚନା ଦେଇପାରେ। କିନ୍ତୁ ଏହା ପୂର୍ବରୁ ମିଜୋରାମ ସରକାର ରାଜ୍ୟରେ ମେ’ ୩୧ ଯାଏ ଲକଡାଉନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ମିଜୋରାମ ବର୍ତ୍ତମାନ କରୋନା ମୁକ୍ତ ରହିଛି। ଏଠାରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। ଲକଡାଉନ ଖୋଲିଲେ କାଳେ ସଂକ୍ରମଣ ବୃଦ୍ଧି ପାଇବ, ସେ ଆଶଙ୍କାରେ ସରକାର ଏହାକୁ ୩୧ ତାରିଖ ଯାଏ ବୃଦ୍ଧି କରିଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମଜୋରାମ ସରକାର କହିଛନ୍ତି। ସରକାର ବିଭିନ୍ନ ରାଜନୀତିକ ଦଳ, ଏନଜିଓ, ଚର୍ଚ୍ଚ ଓ ଡାକ୍ତରମାନଙ୍କ ପରାମର୍ଶକ୍ରମେ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। କରୋନା ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏକାଧିକ ଟାକ୍ସଫୋର୍ସର ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବ ବୈଠକ କରିଥିଲେ।

ବୈଠକ ବେଳେ ଲକଡାଉନକୁ ମେ’ ୩୧ ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଲକଡାଉନ ୪.୦ ସମ୍ପର୍କିତ ଗାଇଡଲାଇନ ଖୁବଶୀଘ୍ର ଜାରି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ଦେଶର ପ୍ରଥମରାଜ୍ୟ ଭାବେ ତେଲେଙ୍ଗାନା ସରକାର ମେ’ ୨୯ ଯାଏ ଲକଡାଉନକୁ ବୃଦ୍ଧି କରିଥିଲେ।

Related story