ଭୋପାଳ: ରାଜସ୍ଥାନରେ ଶାସକ ଦଳ କଂଗ୍ରେସର ସ୍ଥିତି ସଙ୍କଟରେ ଥିବା ବେଳେ ମଧ୍ୟପ୍ରଦେଶର ଆଉ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ମାନ୍ଧାତା ନିର୍ବାଚନ ମଣ୍ଡଳୀର ବିଧାୟକ ନାରାୟଣ ପଟେଲ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଅସ୍ଥାୟୀ ବାଚସ୍ପତି ରାମେଶ୍ୱର ଶର୍ମାଙ୍କୁ ବିଧାୟକ ଜଣଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ନାରାୟଣ ପଟେଲ ଇସ୍ତଫା ଦେବା ପଛର କାରଣ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଏହାର କିଛି ଦିନ ପୂର୍ବରୁ ବୁରାହାନପୁରର ନେପାନଗରର ବିଧାୟକ ସୁମିତ୍ରା ଦେବୀ କସଡେକର ଇସ୍ତଫା ଦେଇଥିଲେ। ବିଧାୟକ ପଦ ଏବଂ ଦଳରୁ ଇସ୍ତଫା ଦେବା ପରେ ସୁମିତ୍ରା ବିଜେପିରେ ସାମିଲ୍ ହୋଇଛନ୍ତି।
ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଏହାପରେ ତାଙ୍କ ସମର୍ଥିତ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟରେ କମଲନାଥ ସରକାରର ପତନ ଘଟିଛି। ଏହାପରେ କଂଗ୍ରେସର ମଧ୍ୟ ଗୋଟିଏ ପରେ ଗୋଟିଏ ବିଧାୟକ ଇସ୍ତଫା ଦେଇଛନ୍ତି। ଏବେ ୨୬ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଜି ତଥା ନଭେମ୍ବର ୨୬ରେ ଶେଷ ହେଉଛି।
National
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଗତକାଲି ରାତିରେ ଶକ୍ତିକାନ୍ତ ଦାସ ଛାତିରେ ଜଳାପୋଡା ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
National
ରାପର୍ ବାଦଶାହଙ୍କ ନାଇଟ୍ କ୍ଲବ୍ ବାହାରେ ବିସ୍ଫୋରଣ
ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ନାଇଟ୍ କ୍ଲବ୍ ନିକଟରେ ବିସ୍ଫୋରକ ସାମଗ୍ରୀ ଫିଙ୍ଗି ଚାଲି ଯାଇଥିବା ସୂଚନା ମିଳିଛି।
National
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ ନେଇ ସସ୍ପେନ୍ସ ଜାରି, ଆଜି ଇସ୍ତଫା ଦେବେ ଏକନାଥ
ମହାୟୁତିର ମହାବିଜୟ ପରେ ଏବେ ଚର୍ଚ୍ଚା, ସିଏମ୍ ସିଟରେ ବସିବ କିଏ? ବିଜେପି ପାଇଁ ବିଜୟର ଶ୍ରେୟ ଆଣିଥିବା ଦେବେନ୍ଦ୍ର ଫଡନାଭିସ୍, ମହାୟୁତିର ମହାନାୟକ ସାଜିଥିବା ଏକନାଥ ସିନ୍ଧେ ନା ବିଜୟର ଭାଗିଦାରୀ ଏନସିପିର ଅଜିତ ପାୱାର।
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।