କାର୍ଟୁନ ସେୟାର କରି ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ ଠାକ୍‌ରେ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବା ପରେ ଚର୍ଚ୍ଚାରେ ରହି ଆସୁଛନ୍ତି। ଆଜି ସେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ କାର୍ଟୁନ୍ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି କାର୍ଟୁନ୍‌ରେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ନିଜ ଇଚ୍ଛା ଅନୁସାରେ ଭାରତ ଆସୁଥିବା ଓ ପ୍ରଧାନମନ୍ତ୍ରୀ ମୋଦି ତା ପଛରେ ରସିରେ ଟାଣି ହୋଇ ଚାଲି ଆସୁଥିବା ଦେଖାଯାଇଛି। ଏହି କାର୍ଟୁନ୍ ସେୟାର କରିବା […]

rajthakre

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 11:24 AM IST

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବା ପରେ ଚର୍ଚ୍ଚାରେ ରହି ଆସୁଛନ୍ତି। ଆଜି ସେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ କାର୍ଟୁନ୍ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି କାର୍ଟୁନ୍‌ରେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ନିଜ ଇଚ୍ଛା ଅନୁସାରେ ଭାରତ ଆସୁଥିବା ଓ ପ୍ରଧାନମନ୍ତ୍ରୀ ମୋଦି ତା ପଛରେ ରସିରେ ଟାଣି ହୋଇ ଚାଲି ଆସୁଥିବା ଦେଖାଯାଇଛି। ଏହି କାର୍ଟୁନ୍ ସେୟାର କରିବା ସହିତ ରାଜ୍‌ ଲେଖିଛନ୍ତି ଯେ ଦାଉଦ୍ ନିଜେ ଭାରତ ଆସିବା ପାଇଁ ଚାହୁଁଛି, କିନ୍ତୁ ମୋଦି ତାକୁ ଆଣିବାର ଶ୍ରେୟ ନେଉଛନ୍ତି।

ଶନିବାର ଦିନ ରାଜ୍ ଠାକ୍‌ରେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଲେଖିଥିଲେ ଯେ ଦାଉଦ୍ ଭାରତ ଆସିବା ପାଇଁ କେନ୍ଦ୍ର ସରକାରଙ୍କ ସହ କଥାବାର୍ତ୍ତା ଚଳାଇଛି। କିନ୍ତୁ କେନ୍ଦ୍ର ସରକାର ତାକୁ ଆଣିବାର ଶ୍ରେୟ ନେବାକୁ ଚାହୁଁଛନ୍ତି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଦାଉଦକୁ ଭାରତ ଆଣିବେ। ବିଜେପି ଜାଣିଶୁଣି ଚାଲାକିର ସହ ଏନେଇ ପଦକ୍ଷେପ ନେଉଛି। କାରଣ ଏଥିରୁ ସେ ନିର୍ବାଚନ ବେଳେ ଫାଇଦା ଉଠାଇବାକୁ ଚାହୁଁଛି।

ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲିବା ପରେ ରାଜ୍ ଠାକ୍‌ରେ ଲଗାତାର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଆସୁଛନ୍ତି। ରାଜ୍ ଠାକ୍‌ରେଙ୍କ ଅଭିଯୋଗ ପରେ କଂଗ୍ରେସ ମଧ୍ୟ ଦାଉଦ୍‌ର ସ୍ତ୍ରୀ ଲୁଚିଛୁପି ମୁମ୍ବାଇ ଆସୁଥିବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି,“ଦୁର୍ଭାଗ୍ୟର କଥା ଯେ ଦାଉଦର ସ୍ତ୍ରୀ ମହଜବୀ ୨୦୧୬ରେ ତାଙ୍କ ବାପା ସଲିମ ଶେଖଙ୍କୁ ଭେଟିବାକୁ ମୁମ୍ବାଇ ଆସିଥିଲେ। କିନ୍ତୁ ସରକାର ଓ ତାଙ୍କ ସୁରକ୍ଷା ଏଜେନ୍ସୀଗୁଡ଼ିକ ଶୋଇଥିଲେ। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ଦେବା ଉଚିତ।”

Related story