ପୁଣି ପିଲା ଚୋର ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା

ଭୋପାଲ୍‌: ପିଲା ଚୋରି ଗୁଜବକୁ କେନ୍ଦ୍ର କରି ମଧ୍ୟପ୍ରଦେଶରେ ଜଣେ ମାନସିକ ରୋଗୀ ମହିଳାଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ସିନଗାରଉଲିଠାରେ ଏଭଳି ଘଟଣା ଘଟିଛି।  ମହିଳା ଜଣଙ୍କ ଦୀର୍ଘ ୬ ମାସ ହେଲା ଏଠାରେ ବୁଲାବୁଲି କରୁଥିଲେ ବୋଲି କିଛି ଲୋକ କହିଛନ୍ତି। ପୁଲିସ୍‌ ଏହି ଘଟଣାରେ ୧୪ ଜଣଙ୍କୁ ଗିରଫ କରିଛି। ହ୍ୱାଟସ୍‌ ଆପ୍‌ରେ ପିଲା ଚୋରି ନେଇ ଯେଉଁ ଗୁଜବ ପ୍ରଚାର ହେଉଛି, ତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି […]

4vbfoqd_mp-lynching_625x300_23_July_18

Rakesh Mallick
  • Published: Monday, 23 July 2018
  • , Updated: 23 July 2018, 06:08 PM IST

ଭୋପାଲ୍‌: ପିଲା ଚୋରି ଗୁଜବକୁ କେନ୍ଦ୍ର କରି ମଧ୍ୟପ୍ରଦେଶରେ ଜଣେ ମାନସିକ ରୋଗୀ ମହିଳାଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ସିନଗାରଉଲିଠାରେ ଏଭଳି ଘଟଣା ଘଟିଛି।  ମହିଳା ଜଣଙ୍କ ଦୀର୍ଘ ୬ ମାସ ହେଲା ଏଠାରେ ବୁଲାବୁଲି କରୁଥିଲେ ବୋଲି କିଛି ଲୋକ କହିଛନ୍ତି। ପୁଲିସ୍‌ ଏହି ଘଟଣାରେ ୧୪ ଜଣଙ୍କୁ ଗିରଫ କରିଛି। ହ୍ୱାଟସ୍‌ ଆପ୍‌ରେ ପିଲା ଚୋରି ନେଇ ଯେଉଁ ଗୁଜବ ପ୍ରଚାର ହେଉଛି, ତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ବୋଲି ପୁଲିସ୍‌ କହିଛି। ମହିଳା ଜଣଙ୍କ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ରବିବାର ଗାଁ ଲୋକ ତାଙ୍କୁ ଠାବ କରିଥିଲେ। ହ୍ୱାଟସ୍‌ ଆପ୍‌ରେ ପିଲା ଚୋରି ନେଇ ଗୁଜବ ପ୍ରଚାର ହେଉଥିବାରୁ ଗାଁ ଲୋକେ ମହିଳାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ଆକ୍ରମଣ କରିଥିଲେ। ପୁଲିସ୍ ଗୋଟିଏ ଦିନ ପରେ ମହିଳାଙ୍କ ମୃତଦେହ ଠାବ କରିଥିଲା। ମୃତଦେହ ନିକଟରୁ କୁରାଢ଼ୀ, କାଠ ଫାଳିଆ ଓ ପଥର ଜବତ କରିଛି। ସେଗୁଡ଼ିକୁ ଏବେ ଫରନେସିକ୍‌ ଲ୍ୟାବ୍‌କୁ ପଠା ଯାଇଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ କେଏସ୍‌ ଦ୍ୱିବେଦୀ କହିଛନ୍ତି। ସେ କହିଛନ୍ତି ମହିଳାଙ୍କ ପରିଚୟ ମିଳିନାହିଁ। ତାଙ୍କ ଫଟୋକୁ ସମସ୍ତ ପୁଲିସ୍‌ ଷ୍ଟେସନ୍‌କୁ ପଠାଯାଇଛି ବୋଲି ସେ କହିଛନ୍ତି। ଗତମାସରେ ଏହି ଅଞ୍ଚଳରେ ଦୁଇ ଜଣ ଫରେଷ୍ଟ ଅଧିକାରୀଙ୍କୁ ଗାଁ ଲୋକ ପିଲା ଚୋର ବୋଲି ସନ୍ଦେହ କରି ଆକ୍ରମଣ କରିଥିଲେ।

Related story