ଜାମିଆ ସାମ୍ନାରେ ଶୁଭିଲା ‘ଗୋଲି ମାରୋ ଶା......କୋ’ ନାରା, ୪୦ ଅଟକ

ନୂଆଦିଲ୍ଲୀ: ମଙ୍ଗବଳାର ଜାମିଆ ମିଲିଆ ବିଶ୍ୱ ବିଦ୍ୟାଳୟ ବାହାରେ କିଛି ଲୋକ ଦେଶ କେ ଗଦ୍ଦାରୋଁ କୋ ‘ଗୋଲି ମାରୋ ……କୋ’ ନାରା ଦେଇଥିବା ଖବର ମିଳିଛି। ସେମାନେ ବିଶ୍ୱ ବିଦ୍ୟାଳୟ ଆଡ଼କୁ ମାଡ଼ି ଆସି ଏଭଳି ନାରା ଦେବାପରେ ସେଠାରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ଉପସ୍ଥିତ ପୁଲିସ୍‌ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିବା ସହ ଫେରିଯିବାକୁ କହିଥିଲେ। ପ୍ରାୟ ୪୦ ଜଣ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହରିଆଣାର ସୋନିପତରୁ […]

jamia

Subrat Kumar Nayak
  • Published: Tuesday, 04 February 2020
  • , Updated: 04 February 2020, 05:13 PM IST

ନୂଆଦିଲ୍ଲୀ: ମଙ୍ଗବଳାର ଜାମିଆ ମିଲିଆ ବିଶ୍ୱ ବିଦ୍ୟାଳୟ ବାହାରେ କିଛି ଲୋକ ଦେଶ କେ ଗଦ୍ଦାରୋଁ କୋ ‘ଗୋଲି ମାରୋ ......କୋ’ ନାରା ଦେଇଥିବା ଖବର ମିଳିଛି। ସେମାନେ ବିଶ୍ୱ ବିଦ୍ୟାଳୟ ଆଡ଼କୁ ମାଡ଼ି ଆସି ଏଭଳି ନାରା ଦେବାପରେ ସେଠାରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା।

ଉପସ୍ଥିତ ପୁଲିସ୍‌ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିବା ସହ ଫେରିଯିବାକୁ କହିଥିଲେ। ପ୍ରାୟ ୪୦ ଜଣ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହରିଆଣାର ସୋନିପତରୁ ଆସିଥିଲେ। ଅଟକ ବ୍ୟକ୍ତିମାନଙ୍କୁ ଦକ୍ଷିଣ ଦିଲ୍ଲୀର କାଲକାଜି ପଠାଯାଇଛି। ସୂଚନାଯୋଗ୍ୟ ଯେ,  ଏହାର ଗୋଟିଏ ଦିନ ପୂର୍ବରୁ ହିଁ ବିଶ୍ୱ ବିଦ୍ୟାଳୟ ପରିସରରେ ଗୁଳିକାଣ୍ଡ ଘଟଣା ଘଟିଥିଲା। ଗତ ୫ ଦିନରେ ୩ଥର ଏଭଳି ଗୁଳିମାଡ଼ ସରିଲାଣି।

ଏହା ପୂର୍ବରୁ ଶନିବାର ଶାହୀନ ବାଗଠାରେ ଜଣେ ଗୁଳି ଚଲାଇଥିଲା। ଉପସ୍ଥିତ ଲୋକ କହିଥିଲେ, ସେ ‘ହିନ୍ଦୁ ରାଷ୍ଟ୍ର ଜିନ୍ଦାବାଦ’ ଭଳି ନାରା ଦେଇ ୨ ରାଉଣ୍ଡ ଗୁଳି ଚଲାଇଥିଲା। ପୁଲିସ୍‌ ତାକୁ ମାଡ଼ି ବସି ଗିରଫ କରିନେଇଥିଲା। କପିଲ ଗୁଜ୍ଜର ନାମକ ଏହି ଶୁଟର କୌଣସି ସଂଗଠନ ସହ ଜଡ଼ିତ ଥିବା ନେଇ ଅସ୍ୱୀକାର କରିଥିଲା।

Related story