ମୁମ୍ୱାଇ: ମୁମ୍ୱାଇରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ଘଟିଛି ମୁମ୍ୱାଇର ମଲାଡ଼ ଅଞ୍ଚଳରେ। ଗତକାଲି ରାତିରେ ଏହି ଅଞ୍ଚଳରେ ଥିବା ଲକ୍ଷ୍ମୀନଗର ବସ୍ତିରେ କିଛି ସ୍ଥାନୀୟ ବାସିନ୍ଦା ଦେଶୀ ମଦ ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଏପର୍ଯ୍ୟନ୍ତ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁତର ଥିବା ଅନ୍ୟ ୧୦ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୋଲିସ ଘଟଣାରେ ମଦ ବିକୁଥିବା ରାଜୁ ଲଙ୍ଗଡ଼ା ନାମକ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି। ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ନିଦ୍ଦେର୍ଶ ଦେଇଛନ୍ତି ମହାରାଷ୍ଟ୍ର ସରକାର।