ନୂଆଦିଲ୍ଲୀ: ଇପିଏଫ ପାଇଁ ଆଉ ହଟହଟା ହେବାକୁ ପଡ଼ିବନି। ବାରମ୍ବାର ଅଫିସକୁ ଧାଇଁବାକୁ ପଡ଼ିବନି। ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ଏନେଇ କେନ୍ଦ୍ର ସରକାର ନୂଆ ବ୍ୟବସ୍ଥା କରିବାକୁ ଯୋଜନା ରଖିଛନ୍ତି। ଏଣିକି ଗୋଟିଏ କ୍ଲିକ୍ରେ ଅର୍ଥାତ ମୋବାଲରେ ଇପିଏଫ ଟଙ୍କା ଉଠାଣ ପାଇଁ ଆବେଦନ କରାଯାଇପାରିବ। ଏନେଇ ଏକ ନୂଆ ମୋବାଇଲ ଆପ୍ଲିକେସନ ଆସୁଛି। ଯାହାର ନା’ ରହିଛି umang। ଏଭଳି ଏକ ଆପ୍ଲିକେସନକୁ ଇପିଏଫଓ (ଏମ୍ପ୍ଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ) ଡେଭଲପ୍ କରିଛି।
କର୍ମଚାରୀମାନେ ଏହି ଅନଲାଇନ ବ୍ୟବସ୍ଥାରେ ଇପିଏଫ ଟଙ୍କା ପାଇଁ ଆବେଦନ କରିପାରିବେ। ଏ ସମ୍ପର୍କରେ ସୋମବାର କେନ୍ଦ୍ର ଶ୍ରମମନ୍ତ୍ରୀ ଲୋକସଭାରେ ସୂଚନା ଦେଇଛନ୍ତି। ପେନସନ, ବୀମା ଏବଂ ଅନ୍ୟାନ୍ୟ ବାବଦରେ ଟଙ୍କା ଉଠାଣ ପାଇଁ ଇପିଏଫଓରେ ବର୍ଷକୁ କୋଟିଏ ଆବେଦନ ହେଉଛି। ଏସବୁ ଆବେଦନ ମାନୁଆଲି ହୋଇଆସୁଛି।
ତେଣୁ ଏହାର ସରଳୀକରଣ ପାଇଁ ଉପରୋକ୍ତ ପଦକ୍ଷେପ ନିଆଯାଛି। ଆବେଦନର ୨୦ଦିନ ଭିତରେ କର୍ମଚାରୀମାନେ ସେମାନଙ୍କ ସୁବିଧା ହାସଲ କରିପାରିବେ ବୋଲି କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।