କଂଗ୍ରେସକୁ ବାୟୁସେନା ମୁଖ୍ୟଙ୍କ ‘ରାଫେଲ’ ପରିହାସ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପାଇଁ ସବୁଠାରୁ ଅଡ଼ୁଆ ହୋଇଥିଲା ‘ରାଫେଲ ଚୁକ୍ତି’ ପ୍ରସଙ୍ଗ। ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଭୋଟ୍‌ ହାତେଇବାକୁ ଏବଂ ମୋଦି ସରକାରକୁ ଘେରିବା ଚକ୍କରରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ‘ଚୌକିଦାର ଚୋର ହୈ’ କହିବା କେତେ ମହଙ୍ଗା ପଡ଼ିଲା, ତାହା ବିଜେପିର ବିପୁଳ ବିଜୟରୁ ସହଜରେ ଅନୁମେୟ। ତେବେ ‘ରାଫେଲ’ ଚୁକ୍ତି ମାମଲାରେ ପୂର୍ବରୁ ବାୟୁସେନା ମୋଦି ସରକାରଙ୍କୁ ସମର୍ଥନ ଜଣାଇଥିବାବେଳେ […]

rafale

Subrat Kumar Nayak
  • Published: Friday, 31 May 2019
  • , Updated: 31 May 2019, 06:22 PM IST

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପାଇଁ ସବୁଠାରୁ ଅଡ଼ୁଆ ହୋଇଥିଲା ‘ରାଫେଲ ଚୁକ୍ତି’ ପ୍ରସଙ୍ଗ। ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଭୋଟ୍‌ ହାତେଇବାକୁ ଏବଂ ମୋଦି ସରକାରକୁ ଘେରିବା ଚକ୍କରରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ‘ଚୌକିଦାର ଚୋର ହୈ’ କହିବା କେତେ ମହଙ୍ଗା ପଡ଼ିଲା, ତାହା ବିଜେପିର ବିପୁଳ ବିଜୟରୁ ସହଜରେ ଅନୁମେୟ। ତେବେ ‘ରାଫେଲ' ଚୁକ୍ତି ମାମଲାରେ ପୂର୍ବରୁ ବାୟୁସେନା ମୋଦି ସରକାରଙ୍କୁ ସମର୍ଥନ ଜଣାଇଥିବାବେଳେ ଏବେ କଂଗ୍ରେସକୁ ଚିଡ଼ାଇବା ଭଳି ଏକ କାର୍ଯ୍ୟ କରିଛି।

ଦିଲ୍ଲୀରେ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆଙ୍କ ଘର ସାମ୍ନାରେ ସ୍ଥାନ ପାଇଥିବା ରାଫେଲର ଏକ ମଡେଲ କଂଗ୍ରେସ ପାଇଁ ଚାପୁଡ଼ା ସଦୃଶ ହୋଇଛି। ଧନୋଆଙ୍କ ବାସଭବନ କଂଗ୍ରେସର ମୁଖ୍ୟାଳୟର ପଡ଼ୋଶୀ ହୋଇଥିବାରୁ ଏହା କଟା ଘା’ରେ ଲୁଣ ଦେବା ପରି ହୋଇଛି।

ପୂର୍ବରୁ ମଧ୍ୟ ଏହି ଚୁକ୍ତିକୁ ବାୟୁସେନା ସମର୍ଥନ ଜଣାଇଥିଲା। ସେନାର ଶକ୍ତି ବୃଦ୍ଧି କ୍ଷେତ୍ରରେ ରାଫେଲ ଯୁଦ୍ଧବିମାନର ବଡ଼ ଭୂମିକା ରହିବ ବୋଲି ଦର୍ଶାଇ ଏହା ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ବୋଲି କୁହାଯାଇଥିଲା। ଗତ ମାର୍ଚ୍ଚ ମାସରେ ଧନୋଆ କହିଥିଲେ, ରାଫେଲ ଆସିଲେ ଆମର ବାୟୁସେନାର କ୍ଷମତା ବହୁଗୁଣିତ ହୋଇଯିବ। ସେମାନେ (ପାକିସ୍ତାନ) ଆମ ଏଲଓସି ପାଖକୁ ଆସିବାକୁ ମଧ୍ୟ ଶହେ ଥର ଭାବିବେ।

Related story