ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭୦ଜଣ ଯୁବ ଆଇଏଏସ ମାନଙ୍କୁ ଦେଶ ଶାସନର ମନ୍ତ୍ର ଦେଇଛନ୍ତି । ପ୍ରଶାସନିକ ଅଧିକାରୀମାନେ ତତ୍ପରତାର ସହ କାର୍ଯ୍ୟ କରି ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ସହ ସମ୍ବଳର ସଠିକ ବିନିଯୋଗ ଉପରେ ସେ ଗୁରୁତ୍ୱ ଦେଇଥିଲେ। ନିକଟରେ ଆରମ୍ଭ ହୋଇଥିବା ଗ୍ରାମ ସ୍ୱରାଜ୍ ଅଭିଯାନ ଓ ଆୟୁଷ୍ମାନ ଭାରତ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଲିମ ବେଳେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ। ମସୌରୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନେସନାଲ ଏକାଡେମୀ ଅଫ୍ ଆଡମିନଷ୍ଟ୍ରେସନରୁ ଦ୍ୱିତୀୟ ପର୍ୟଯ୍ୟାୟ ତାଲିମ ଶେଷ ପରେ ଏହି ଆଇଏଏସ ଅଧିକାରୀମାନେ ଏବେ କେନ୍ଦ୍ର ସରକାରଙ୍କ ଅଧୀନରେ ଆସିଷ୍ଟାଣ୍ଟ ସେକ୍ରେଟାରି ଭାବେ କାର୍ଯ୍ୟ କରିବେ। ଏହାପରେ ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ସେମାନେ ରାଜ୍ୟ କ୍ୟାଡରରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ଆଲୋଚନାବେଳେ ଉପସ୍ଥିତ ଥିଲେ।