ସୁନା ତିଆରି ‘ମୋଦି’ ଓ ‘ଯୋଗୀ’ ରାଖୀ କିଣିବାକୁ ଭଉଣୀଙ୍କ ଭିଡ଼

ଅହମ୍ମଦାବାଦ: ଆସନ୍ତାକାଲି ରାଖୀ ପୂର୍ଣ୍ଣିମା। ଏଥିପାଇଁ ରାଖୀ ବଜାରରେ ଭଉଣୀମାନଙ୍କ ଭିଡ଼ ଲାଗିଛି। ହେଲେ ଗୁଜରାଟ ସହରର ଏକ ସୁନା ଦୋକାନରେ ଏକ ନିଆରା ରାଖୀ ଦେଖିବାକୁ ମିଳିଛି। ସେଠାରେ ସୁନାର ରାଖୀ ବିକ୍ରି ହେଉଛି। ଏହି ରାଖୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିଛି। ଏମିତିକି କିଛି ରାଖୀରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଫଟୋ ମଧ୍ୟ ଲାଗିଛି। ଏହି ରାଖୀ କିଣିବା ପାଇଁ ମହିଳା ଓ ଯୁବତୀମାନଙ୍କ ଭିଡ଼ […]

rakhi

Jitendra Garnayak
  • Published: Saturday, 25 August 2018
  • , Updated: 25 August 2018, 04:16 AM IST

ଅହମ୍ମଦାବାଦ: ଆସନ୍ତାକାଲି ରାଖୀ ପୂର୍ଣ୍ଣିମା। ଏଥିପାଇଁ ରାଖୀ ବଜାରରେ ଭଉଣୀମାନଙ୍କ ଭିଡ଼ ଲାଗିଛି। ହେଲେ ଗୁଜରାଟ ସହରର ଏକ ସୁନା ଦୋକାନରେ ଏକ ନିଆରା ରାଖୀ ଦେଖିବାକୁ ମିଳିଛି। ସେଠାରେ ସୁନାର ରାଖୀ ବିକ୍ରି ହେଉଛି। ଏହି ରାଖୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିଛି।

ଏମିତିକି କିଛି ରାଖୀରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଫଟୋ ମଧ୍ୟ ଲାଗିଛି। ଏହି ରାଖୀ କିଣିବା ପାଇଁ ମହିଳା ଓ ଯୁବତୀମାନଙ୍କ ଭିଡ଼ ଲାଗୁଛି।

ଏନେଇ ଜଣେ ଯୁବତୀ କହିଛନ୍ତି,“ଏହି ରାଖୀ ମୋ ଭାଇଙ୍କୁ ନରେନ୍ଦ୍ର ମୋଦିଙ୍କ ପରି ବଳିଷ୍ଠ ବ୍ୟକ୍ତି ହେବାକୁ ପ୍ରେରଣା ଦେବ।”

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଖୀକୁ ଜିଏସ୍‌ଟି ମୁକ୍ତ କରିଛନ୍ତି।

Related story