ଛୋଟ ବ୍ୟବସାୟୀଙ୍କ ପାଇଁ ମୋଦିଙ୍କ ବଡ଼ ଘୋଷଣା, ମିଳିବ ମାସିକ ୩ ହଜାର ଟଙ୍କାର ପେନ୍‌ସନ୍‌

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‌ ବୈଠକରେ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ସେମାନଙ୍କ ସାମଜିକ ସୁରକ୍ଷା ନିଶ୍ଚିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଘୋଷଣା ଅନୁଯାୟୀ ୬୦ ବର୍ଷ ପରେ ସେମାନଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କା ଲେଖାଏ ପେନ୍‌ସନ୍‌ ମିଳିବ। ୨୦୧୯ ସାଧାରଣ ନିର୍ବାଚନ ସମୟରେ ଇସ୍ତାହାରରେ ଦେଇଥିବା ଏହି ପ୍ରତିଶ୍ରୁତି ପୂରଣ କରାଯାଇଥିବା ପ୍ରଧାନମନ୍ତ୍ରୀ […]

traders

Subrat Kumar Nayak
  • Published: Friday, 31 May 2019
  • , Updated: 31 May 2019, 09:46 PM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‌ ବୈଠକରେ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ସେମାନଙ୍କ ସାମଜିକ ସୁରକ୍ଷା ନିଶ୍ଚିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଘୋଷଣା ଅନୁଯାୟୀ ୬୦ ବର୍ଷ ପରେ ସେମାନଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କା ଲେଖାଏ ପେନ୍‌ସନ୍‌ ମିଳିବ। ୨୦୧୯ ସାଧାରଣ ନିର୍ବାଚନ ସମୟରେ ଇସ୍ତାହାରରେ ଦେଇଥିବା ଏହି ପ୍ରତିଶ୍ରୁତି ପୂରଣ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି କହିଛନ୍ତି।

ବାର୍ଷିକ ୧.୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା ଛୋଟ ଦୋକାନୀ, ଆତ୍ମନିଯୁକ୍ତ ବ୍ୟକ୍ତି ଏବଂ ଖୁଚୁରା ବ୍ୟବସାୟୀ ଏଥିରେ ସାମିଲ ହୋଇପାରିବେ। ୧୮ରୁ ୪୦ ବର୍ଷ ବୟସର ହିତାଧିକାରୀ ଏଥିରେ ନିଜ ନାମ ପଞ୍ଜିକରଣ କରିପାରିବେ। ଦେଶରେ ରହିଥିବା ୩,୨୫,୦୦୦ ସହଜ ଜନସେବା କେନ୍ଦ୍ରରେ ଏହି ଯୋଜନା ପାଇଁ ଆଗ୍ରହୀ ବ୍ୟବସାୟୀମାନେ ନିଜକୁ ପଞ୍ଜିକୃତ କରିପାରିବେ। ଭାରତ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ଆକାଉଣ୍ଟରେ ଏହିଁ ପେନସନ ଯୋଜନା ପାଇଁ ପ୍ରିମିୟମ୍‌ ଦେୟ ଜମା କରାଯିବ ବୋଲି କୁହାଯାଇଛି।

Related story