ପାଞ୍ଚ ଦିନିଆ ବିଦେଶ ଯାତ୍ରା ସାରି ଦିଲ୍ଲୀ ଫେରିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ପାଞ୍ଚଦିବସୀୟ ଯାତ୍ରା ସାରି ସ୍ୱଦେଶ ଫେରି ଆସିଛନ୍ତି। ମୋଦି ମଙ୍ଗଳବାର ଇସ୍ରାଏଲ୍‌ରୁ ତିନି ଦିବସୀୟ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ ଜର୍ମାନୀର ହାମବର୍ଗରେ ଜି-୨୦ ସମ୍ମିଳନୀରେ ଯୋଗ ଦେଇଥିଲେ। ମୋଦି ଇସ୍ରାଏଲ୍ ଯାତ୍ରା କରିବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଇସ୍ରାଏଲ୍ ମଧ୍ୟ ମୋଦିଙ୍କ ଯାତ୍ରାକୁ ଐତିହାସିକ କହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଇସ୍ରାଏଲ୍‌ରେ ରହୁଥିବା ଭାରତୀୟଙ୍କୁ ତିନୋଟି ଉପହାର ଦେଇଛନ୍ତି। ଇସ୍ତ୍ରାଏଲ୍‌ରେ ରହୁଥିବା ଭାରତୀୟ ବଂଶୋଭବଙ୍କୁ […]

pm-modi

Rakesh Mallick
  • Published: Sunday, 09 July 2017
  • , Updated: 09 July 2017, 09:57 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ପାଞ୍ଚଦିବସୀୟ ଯାତ୍ରା ସାରି ସ୍ୱଦେଶ ଫେରି ଆସିଛନ୍ତି। ମୋଦି ମଙ୍ଗଳବାର ଇସ୍ରାଏଲ୍‌ରୁ ତିନି ଦିବସୀୟ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ ଜର୍ମାନୀର ହାମବର୍ଗରେ ଜି-୨୦ ସମ୍ମିଳନୀରେ ଯୋଗ ଦେଇଥିଲେ। ମୋଦି ଇସ୍ରାଏଲ୍ ଯାତ୍ରା କରିବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଇସ୍ରାଏଲ୍ ମଧ୍ୟ ମୋଦିଙ୍କ ଯାତ୍ରାକୁ ଐତିହାସିକ କହିଛି।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଇସ୍ରାଏଲ୍‌ରେ ରହୁଥିବା ଭାରତୀୟଙ୍କୁ ତିନୋଟି ଉପହାର ଦେଇଛନ୍ତି। ଇସ୍ତ୍ରାଏଲ୍‌ରେ ରହୁଥିବା ଭାରତୀୟ ବଂଶୋଭବଙ୍କୁ ଭାରତର ପ୍ରବାସୀ ନାଗରିକର କାର୍ଡ ମିଳିବା ନେଇ ଘୋଷଣା କରିଛନ୍ତି। ଏହାସହିତ ମୋଦି ଏଠାରେ ଅନିବାର୍ଯ୍ୟ ସୈନ୍ୟ ସେବା ଦେଇଛନ୍ତି। ସେହିପରି ଦିଲ୍ଲୀ, ମୁମ୍ୱାଇ ଓ ଅବିବ୍ ମଧ୍ୟରେ ବିମାନ ସେବା ଆରମ୍ଭ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ଫଳରେ ଦୁଇଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ। ଏହାସହ ଇସ୍ରାଏଲରେ ଭାରତୀୟ ସଂସ୍କୃତି କେନ୍ଦ୍ର ଖୋଲାଯିବାକୁ ମୋଦି ଘୋଷଣା କରିଛନ୍ତି।

Related story