ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଫଲୋ କଲା ହ୍ୱାଇଟ୍‌ ହାଉସ୍‌, ଆମେରିକା ଇତିହାସରେ ପ୍ରଥମ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନୂଆ ଅନୁସରଣକାରୀ ମିଳିଛନ୍ତି। ତେବେ ଏଥିରେ ନୂଆ ଏବଂ ସ୍ୱତନ୍ତ୍ର କଥା ହେଉଛି ଆମେରିକାର କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍‌ ପ୍ରଥମ ଥର ପାଇଁ ଆମେରିକା ବ୍ୟତିରେକ ଅନ୍ୟ କୌଣସି ରାଷ୍ଟ୍ର ନେତାଙ୍କୁ ଫଲୋ କରିଛି। ସୂଚନାଯୋଗ୍ୟ ଯେ, ହ୍ୱାଇଟ୍‌ ହାଉସ୍‌ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ। ବର୍ତ୍ତମାନ ହ୍ୱାଇଟ୍‌ ହାଉସ୍‌ ୧୯ ଜଣଙ୍କୁ ଅନୁସରଣ କରୁଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Trump-Modi-Kovind

Subrat Kumar Nayak
  • Published: Friday, 10 April 2020
  • , Updated: 10 April 2020, 06:15 PM IST

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନୂଆ ଅନୁସରଣକାରୀ ମିଳିଛନ୍ତି। ତେବେ ଏଥିରେ ନୂଆ ଏବଂ ସ୍ୱତନ୍ତ୍ର କଥା ହେଉଛି ଆମେରିକାର କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍‌ ପ୍ରଥମ ଥର ପାଇଁ ଆମେରିକା ବ୍ୟତିରେକ ଅନ୍ୟ କୌଣସି ରାଷ୍ଟ୍ର ନେତାଙ୍କୁ ଫଲୋ କରିଛି। ସୂଚନାଯୋଗ୍ୟ ଯେ, ହ୍ୱାଇଟ୍‌ ହାଉସ୍‌ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ।

ବର୍ତ୍ତମାନ ହ୍ୱାଇଟ୍‌ ହାଉସ୍‌ ୧୯ ଜଣଙ୍କୁ ଅନୁସରଣ କରୁଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍‌ଓକୁ ବି ଅନୁସରଣ କରୁଛି। ମୋଦି ଏବଂ ରାଷ୍ଟ୍ରପତି କୋବିନ୍ଦ ଅଣ ଆମେରିକୀୟ ଭାବେ ପ୍ରଥମ ଥର ପାଇଁ ଏପରି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି।

ଏହି ଆକାଉଣ୍ଟରୁ ଫଲୋ କରାଯାଇଥିବା ଅନ୍ୟ ଆକାଉଣ୍ଟଗୁଡ଼ିକ ହେଉଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟ, ସରକାରୀ ଆକାଉଣ୍ଟ ‘ପୋଟୁସ୍’, ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ, ଟ୍ରମ୍ପଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମେଲାନିଆ, ପେନ୍ସଙ୍କ ପତ୍ନୀ ତଥା ଆମେରିକାର ଦ୍ୱିତୀୟ ମହିଳା ଆଦି ରହିଛନ୍ତି। ଅନ୍ୟ ଦୁଇ ଆକାଉଣ୍ଟ ମଧ୍ୟ ଭାରତ ସମ୍ବନ୍ଧୀୟ ରହିଛି। ଗୋଟିଏ ଭାରତରେ ଆମେରିକା ଦୂତାବାସ ଏବଂ ଆମେରିକାରେ ଭାରତର ଦୂତାବାସ।

ସୂଚନାଯୋଗ୍ୟ ଯେ, ଆମେରିକାର ହ୍ୟୁଷ୍ଟନ୍‌ରେ ହାଓଡି ମୋଦି ଏବଂ ଗୁଜରାଟରେ ନମସ୍ତେ ଟ୍ରମ୍ପ ଦୁଇ ରାଷ୍ଟ୍ରର ସମ୍ପର୍କକୁ ମଜଭୁତ କରିଛି। ଅନ୍ୟପକ୍ଷରେ ସଦ୍ୟ କରୋନାର ତାଣ୍ଡବ ପରେ ଆମେରିକାର ଅନୁରୋଧ ରକ୍ଷା କରି ଭାରତ ‘ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌’ର ରପ୍ତାନୀ ଉପରୁ କଟକଣା ହଟାଇବା ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ଏହାପରେ ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିବା ସହ ଭାରତର ସହାୟତା ଚିର ଅଭୁଲା ହୋଇ ରହିବ ବୋଲି କହିଛନ୍ତି।

Related story