ସିନେମା ହଲ ଖୋଲିଲେ ପ୍ରଥମେ ରିଲିଜ୍ ହେବ ନରେନ୍ଦ୍ର ମୋଦିଙ୍କ ବାୟୋପିକ

ନୂଆଦିଲ୍ଲୀ: କରୋନା ପାଇଁ ଜାରି କଟକଣା ଯୋଗୁ ସାରା ଦେଶରେ ସିନେମା ହଲ ଗୁଡ଼ିକ ବନ୍ଦ ରହିଛି। ଆସନ୍ତା ୧୫ ତାରିଖରେ କଟକଣା ଭିତରେ ସିନେମା ହଲ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ କିଛି ରାଜ୍ୟ ପୂର୍ବଭଳି ଅକ୍ଟୋବର ୩୧ ଯାଏ ଏଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଯେଉଁ ସବୁ ସ୍ଥାନରେ ସିନେମା ହଲ ଅକ୍ଟୋବର ୧୫ରେ ଖୋଲିବ, ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା […]

hn

Hemant Lenka
  • Published: Saturday, 10 October 2020
  • , Updated: 10 October 2020, 06:20 PM IST

ନୂଆଦିଲ୍ଲୀ: କରୋନା ପାଇଁ ଜାରି କଟକଣା ଯୋଗୁ ସାରା ଦେଶରେ ସିନେମା ହଲ ଗୁଡ଼ିକ ବନ୍ଦ ରହିଛି। ଆସନ୍ତା ୧୫ ତାରିଖରେ କଟକଣା ଭିତରେ ସିନେମା ହଲ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ କିଛି ରାଜ୍ୟ ପୂର୍ବଭଳି ଅକ୍ଟୋବର ୩୧ ଯାଏ ଏଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଯେଉଁ ସବୁ ସ୍ଥାନରେ ସିନେମା ହଲ ଅକ୍ଟୋବର ୧୫ରେ ଖୋଲିବ, ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ପିଏମ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ରିଲିଜ କରାଯିବ। ବିବେକ ଓବ୍ରାଏ ଏହି ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଭୂମିକା ନିର୍ବାହ କରିଥିଲେ। ଗତବର୍ଷ ମେ’ ମାସରେ ସାରା ଦେଶରେ ଏହାକୁ ରିଲିଜ କରାଯାଇଥିଲା। ଏବେ ପୁଣିଥରେ ଏହାକୁ ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛି।

ପୁନଃ ରିଲିଜ୍ ସଂକ୍ରାନ୍ତରେ ପ୍ରଯୋଜକ ସନ୍ଦୀପ ସିଂହ ଘୋଷଣା କରିଛନ୍ତି। ସେ କହିଛନ୍ତ, ପିଏମ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଏହା ୨୦୧୯ ସାଧାରଣ ନିର୍ବାଚନରେ ପ୍ରମାଣିତ ହୋଇଛି। ଥିଏଟର ଖୋଲିବା ମାତ୍ରେ ସେଭଳି ଜଣେ ନୀତିବାନ ଓ ଆଦର୍ଶ ବ୍ୟକ୍ତିଙ୍କ ଜୀବନର ସଂଘର୍ଷ କାହାଣୀ ପୁଣିଥରେ ଦେଖିବାଠାରୁ ଭଲ କଥା ଆଉ କିଛି ହୋଇ ନପାରେ।

ମୁଁ ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହୋଇଥିବାରୁ ଗର୍ବ ଅନୁଭବ କରୁଛି। ରାଜନୀତିକ ଏଜେଣ୍ଡା ଯୋଗୁ କିଛି ଲୋକ ଗତବର୍ଷ ରିଲିଜ୍ ବେଳେ ଏହାକୁ ଦେଖି ପାରି ନଥିଲେ। ଆମର ଆଶା ଏବେ ଥିଏଟରରେ ଏହି ଫିଲ୍ମକୁ ନୂଆ ଜୀବନ ମିଳିବ ଓ ଦେଶବାସୀ ପୁଣିଥରେ ଏହାକୁ ଦେଖିବାକୁ ସକ୍ଷମ ହେବେ ବୋଲି ସେ କହିଛନ୍ତି।

Related story