ମୋଦି ଚୌକ ପାଇଁ ହତ୍ୟା ମାମଲାର ନୂଆ ମୋଡ: ହତ୍ୟା ପଛର କାରଣ କହିଲା ପୋଲିସ

ପାଟନା: ବିହାର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଚୌକ କରିବାକୁ ନେଇ ହତ୍ୟା ଅଭିଯୋଗ ମାମଲାରେ ନୂଆ ମୋଡ।  ଏହି ହତ୍ୟା ପଛରେ ଜମି ବିବାଦ କାରଣ ଥିବା ଏବେ ଜଣାପଡିଛି । ବିହାର ପୋଲିସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।  ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ମଧ୍ୟ ମୋଦି ଚୌକ ନାଁ ଯୋଗୁ ହତ୍ୟା କରାଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତି […]

narendra-modi-chowk_20180315467

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 07:27 PM IST

ପାଟନା: ବିହାର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଚୌକ କରିବାକୁ ନେଇ ହତ୍ୟା ଅଭିଯୋଗ ମାମଲାରେ ନୂଆ ମୋଡ।  ଏହି ହତ୍ୟା ପଛରେ ଜମି ବିବାଦ କାରଣ ଥିବା ଏବେ ଜଣାପଡିଛି । ବିହାର ପୋଲିସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।  ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ମଧ୍ୟ ମୋଦି ଚୌକ ନାଁ ଯୋଗୁ ହତ୍ୟା କରାଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତି ମୋଦି ଚୌକ ସହ ଏହି ହତ୍ୟାକାଣ୍ଡର କୌଣସି ସମ୍ପର୍କ ନାହିଁ ।

ଖବର ଅନୁଯାୟୀ ଦରଭଙ୍ଗାର  ଜଣେ ବିଜେପି ନେତା ନିଜ ଘର ପାଖରେ ଥିବା ଏକ ଛକକୁ ମୋଦି ଚୌକ ନାଁ ରଖି ଏକ ଫଳକ ଲଗାଇଦେଇଥିଲେ । ଏହାକୁ ନେଇ ଅନ୍ୟ ଏକ ଗୋଷ୍ଠୀ ସହ ଗଣ୍ଡଗୋଳ ହୋଇଥିଲା । ଗତ ଗୁରୁବାର ପ୍ରାୟ ୨୦ରୁ ୨୫ ଜଣ ଆସି ତାଙ୍କ  ଘର ଉପରେ ଆକ୍ରମଣ କରିବା ସହ ତାଙ୍କ ପିତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୋଦି ଚୌକ ନାଁ ରଖାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଖବର ପ୍ରକାଶ ପାଇଥିଲା।  ତେବେ ପରେ ଜମି ବିବାଦ କାରଣରୁ  ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଥିଲା । ତାଙ୍କ ପରିବାର ସହ ଅନ୍ୟ ଏକ ଗୋଷ୍ଠୀର ଜମି ବିବାଦ ରହିଥିବା କାରଣରୁ ହତ୍ୟା ହୋଇଥିବା ପୋଲିସ କହିଛି।

Related story