ନୂଆଦିଲ୍ଲୀ: କରୋନା ମୁକାବିଲାରେ ବିଫଳ ହୋଇଥିବାନେଇ ବର୍ତ୍ତମାନ ଆମେରିକା ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେଉଛି। ବିଶ୍ୱରେ ସର୍ବାଧିକ ୨ ଲକ୍ଷ ୪୦ ହଜାର ଆକ୍ରାନ୍ତ ଏଠାରେ ଅଛନ୍ତି। ଏଠାରେ ୬୦୦୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହେଲାଣି। ତେବେ ଆମେରିକାର ଜଣେ ବୈଦେଶିକ ବ୍ୟାପାର ବିଶେଷଜ୍ଞ ଫରିଦା ଜାକାରିଆଙ୍କ କହିବା ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ଲକ୍ଡାଉନ୍ ନିଷ୍ପତ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଇପାରିବେନି।
ଆମେରିକାର ସଂଘୀୟ ବ୍ୟବସ୍ଥାରେ ରହିଥିବା ସମସ୍ୟାର ଫଳ ଆଜି ଦେଶ ଭୋଗୁଥିବା ସେ କହିଛନ୍ତି। ସେ କହିଛନ୍ତି, ଆମେରିକୀୟ ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହୋଇନି।
ସେ କହିଛନ୍ତି, ଏହି ସରକାରରେ ବିଭିନ୍ନ ବିଭାଗ ରହିଛି, କଂଗ୍ରେସ ରହିଛି, ହ୍ୱାଇଟ୍ ହାଉସ୍ ରହିଛି, ୫୦ ରାଜ୍ୟ ଏବଂ ବିଭିନ୍ନ ପ୍ରଶାସନ ରହିଛନ୍ତି। ଏଳଭି ସ୍ଥିତିରେ ହ୍ୱାଇଟ୍ ହାଉସ୍ ପୁରା ବ୍ୟବସ୍ଥାର କେନ୍ଦ୍ରରେ ନାହିଁ। ତେଣୁ କିଛି ବି କରିବା ଏତେ ସହଜ ନୁହେଁ।
ଟ୍ରମ୍ପଙ୍କ ବାବଦରେ ସେ କହିଛନ୍ତି, ଆମର ଏମିତି ଜଣେ ରାଷ୍ଟ୍ରପତି ଅଛନ୍ତି ଯେକି ଆଶଙ୍କାରେ ବିଶ୍ୱାସ କରନ୍ତିନି ଏବଂ ଦୀର୍ଘଦିନ ଧରି ସମସ୍ୟାକୁ ମିନିମାଇଜ୍ କରି ରଖିଛନ୍ତି। ସେ କହିଛନ୍ତି ସଙ୍କଟ ସମୟରେ କେନ୍ଦ୍ରୀଭୂତ କ୍ଷମତା ଥିବା ସରକାର ଜରୁରୀ, ଯାହାକି ଭାରତ ପାଖରେ ଅଛି।