ପ୍ରଧାନମନ୍ତ୍ରୀ ହେବା ପରେ ଏହି ରାଜ୍ୟକୁ କମ୍‌ ଯାଇଛନ୍ତି ମୋଦି

ନୂଆଦିଲ୍ଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସମୟରେ ବିଦେଶ ଗସ୍ତରେ ଯାଉଛନ୍ତି। ଏପରି ବିଦେଶ ଗସ୍ତକୁ ନେଇ ବିଭିନ୍ନ ସମୟରେ ତାଙ୍କୁ ବିରୋଧୀଙ୍କ କଟାକ୍ଷର ସରବ୍ୟ ହେବାକୁ ପଡୁଛି। ମୋଦି ନିଜ ଘର ଉପରେ ନଜର ରଖିବା ଅପେକ୍ଷା ବିଦେଶ ବୁଲିବାକୁ ଭଲ ପାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ବିଭିନ୍ନ ରାଜ୍ୟକୁ ଏକାଧିକ ଥର ଗସ୍ତ କରିଛନ୍ତି। ଏହି ୪ ବର୍ଷ ଶାସନ କାଳ ମଧ୍ୟରେ ମୋଦି କେଉଁ […]

PM_MODi

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 10:12 AM IST

ନୂଆଦିଲ୍ଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସମୟରେ ବିଦେଶ ଗସ୍ତରେ ଯାଉଛନ୍ତି। ଏପରି ବିଦେଶ ଗସ୍ତକୁ ନେଇ ବିଭିନ୍ନ ସମୟରେ ତାଙ୍କୁ ବିରୋଧୀଙ୍କ କଟାକ୍ଷର ସରବ୍ୟ ହେବାକୁ ପଡୁଛି। ମୋଦି ନିଜ ଘର ଉପରେ ନଜର ରଖିବା ଅପେକ୍ଷା ବିଦେଶ ବୁଲିବାକୁ ଭଲ ପାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ବିଭିନ୍ନ ରାଜ୍ୟକୁ ଏକାଧିକ ଥର ଗସ୍ତ କରିଛନ୍ତି। ଏହି ୪ ବର୍ଷ ଶାସନ କାଳ ମଧ୍ୟରେ ମୋଦି କେଉଁ ରାଜ୍ୟକୁ କେତେଥର ଯାଇଛନ୍ତି ଜାଣିଛନ୍ତି କି? ପ୍ରଧାନମନ୍ତ୍ରୀଙ୍କ ଅଧିକାରୀ ୱେବସାଇଟ୍‌ର ଡାଟା ଅନୁସାରେ ମୋଦି ସବୁଠାରୁ ଅଧିକ ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ଔପଚାରିକ ଭାବରେ ୨୫ ଥର ଉତ୍ତରପ୍ରଦେଶ ଯାଇଥିବା ବେଳେ ଅନୌପଚାରିକ ଭାବରେ ୨୪ ଥର ଯାଇଛନ୍ତି। ଏହାପରେ ରହିଛି ଗୁଜରାଟ। ଯେଉଁଠି କି ଔପଚାରିକ ଭାବରେ ୨୩ ଥର ଓ  ଅନୌପଚାରିକ ଭାବରେ ୬ରୁ ଅଧିକ ଥର ଯାଇଛନ୍ତି। ହେଲେ ମୋଦିଙ୍କ କିଛି ରାଜ୍ୟ ଗସ୍ତକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ଏହି ସବୁ ରାଜ୍ୟକୁ ସେ ବହୁତ କମ୍‌ ଯାଇଛନ୍ତି। ଆସନ୍ତୁ ଜାଣିବା ଗତ ୪ବର୍ଷ ମଧ୍ୟରେ କେଉଁ ରାଜ୍ୟକୁ କମ୍‌ ଯାଇଛନ୍ତି।

ହିମାଚଳ ପ୍ରଦେଶ – ୭ ଥର

ପଞ୍ଜାବ – ୭ ଥର

ରାଜସ୍ଥାନ – ୬ ଥର

ଆନ୍ଧ୍ରପ୍ରଦେଶ - ୫ ଥର

ପଶ୍ଚିମବଙ୍ଗ – ୫ ଥର

ଛତିଶଗଡ଼ – ୪ ଥର

ଗୋଆ - ୪ ଥର

ଓଡ଼ିଶା – ୪ ଥର

ତେଲେଙ୍ଗାନା – ୪ ଥର

ମଣିପୁର - ୩ ଥର

ତ୍ରିପୁରା - ୩ ଥର

ମେଘାଳୟ - ୩ ଥର

ଅରୁଣାଞ୍ଚଳ ପ୍ରଦେଶ - ୨ ଥର

ଚଣ୍ଡିଗଡ଼ - ୨ ଥର

ନାଗାଲାଣ୍ଡ - ୨ ଥର

Related story