ସାମାଜିକ ଦୂରତ୍ୱ କ’ଣ ବୁଝାଇଲେ ମୋଦିଙ୍କ କ୍ୟାବିନେଟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାମଜିକ ଦୂରତ୍ୱ ହିଁ ଏକମାତ୍ର ମାଧ୍ୟମ। ଖାସ୍‌ ସାମାଜିକ ଦୂରତ୍ୱ ପାଇଁ ସାରା ଭାରତରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ମଧ୍ୟ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି। କ୍ୟାବିନେଟ ବୈଠକ ବେଳେ ଉପସ୍ଥିତ ଥିବା ମନ୍ତ୍ରୀମାନେ ପରସ୍ପର ଠାରୁ ପ୍ରାୟ ୧ ମିଟର ଦୂରତାରେ ବସିଥିଲେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଚେୟାର ମଧ୍ୟ ରଖାଯାଇଥିଲା। ମୋଦି ମଧ୍ୟ ସାମାଜିକ […]

e

Hemant Lenka
  • Published: Wednesday, 25 March 2020
  • , Updated: 25 March 2020, 03:13 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାମଜିକ ଦୂରତ୍ୱ ହିଁ ଏକମାତ୍ର ମାଧ୍ୟମ। ଖାସ୍‌ ସାମାଜିକ ଦୂରତ୍ୱ ପାଇଁ ସାରା ଭାରତରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ମଧ୍ୟ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି।

କ୍ୟାବିନେଟ ବୈଠକ ବେଳେ ଉପସ୍ଥିତ ଥିବା ମନ୍ତ୍ରୀମାନେ ପରସ୍ପର ଠାରୁ ପ୍ରାୟ ୧ ମିଟର ଦୂରତାରେ ବସିଥିଲେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଚେୟାର ମଧ୍ୟ ରଖାଯାଇଥିଲା। ମୋଦି ମଧ୍ୟ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ମନ୍ତ୍ରୀମାନଙ୍କ ଠାରୁ ଗୋଟିଏ ମିଟିର ଦୂରରେ ବସିଥିଲେ।

ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ୭ ଲୋକ କଲ୍ୟାଣ ମାର୍ଗରେ ଏହି ବୈଠକ ବସିଥିଲା। ୨୧ ଦିନ ଭାରତକୁ ତାଲା ବନ୍ଦ ପାଇଁ ଘୋଷଣା କରିବା ପରେ ମୋଦିଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ କ୍ୟାବିନେଟ ବୈଠକ। ଏଥିରେ ସମସ୍ତ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି।

ବୈଠକ ବେଳେ ମନ୍ତ୍ରୀମାନେ କେମିତି ପରସ୍ପରଠାରୁ ଗୋଟିଏ ମିଟର ଦୂରରେ ବସିଥିଲେ, ତା’ର ଫଟୋ ଖୋଦ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରିଛନ୍ତି। ଏଥିରେ ସେ କହିଛନ୍ତି, ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ୱ ହିଁ ଆବଶ୍ୟକ। ଆମେ ମାନେ ଏହାକୁ ପାଳନ କରୁଛୁ, କ’ଣ ଆପଣମାନେ କରୁଛନ୍ତି କି? ବୋଲି ଶାହ ଟ୍ୱିଟ କରିଛନ୍ତି।

Related story