ଅଯୋଧ୍ୟା ହେବ ପର୍ଯ୍ୟଟକଙ୍କ ଭୂସ୍ୱର୍ଗ, ମୋଦି ସରକାର ଖର୍ଚ୍ଚ କରିବେ ୧ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିବା ସହ ଏହାକୁ ଅଧିକରୁ ଅଧିକ ଭବ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। କେନ୍ଦ୍ର ସରକାର ଅଯୋଧ୍ୟାକୁ ପର୍ଯ୍ୟଟକଙ୍କ ଭୂସ୍ୱର୍ଗରେ ପରିଣତ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ଅଯୋଧ୍ୟାକୁ ଭଗବାନ ରାମଙ୍କ ଜନ୍ମ ସ୍ଥାନ ଭାବେ ପରିଚିତ କରିବା ସହ ଏହାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ଅଯୋଧ୍ୟାକୁ ବିଶ୍ୱର […]

cc

Hemant Lenka
  • Published: Wednesday, 26 August 2020
  • , Updated: 26 August 2020, 08:57 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିବା ସହ ଏହାକୁ ଅଧିକରୁ ଅଧିକ ଭବ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। କେନ୍ଦ୍ର ସରକାର ଅଯୋଧ୍ୟାକୁ ପର୍ଯ୍ୟଟକଙ୍କ ଭୂସ୍ୱର୍ଗରେ ପରିଣତ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ଅଯୋଧ୍ୟାକୁ ଭଗବାନ ରାମଙ୍କ ଜନ୍ମ ସ୍ଥାନ ଭାବେ ପରିଚିତ କରିବା ସହ ଏହାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ଅଯୋଧ୍ୟାକୁ ବିଶ୍ୱର ସବୁଠାରୁ ବଡ଼ ତୀର୍ଥସ୍ଥାନର ମାନ୍ୟତା ଦେବାକୁ ମଧ୍ୟ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି।

ପ୍ରଭୁ ରାମଙ୍କ ସହ ଜଡ଼ିତ ସ୍ଥାନ ଗୁଡିକର ବିକାଶ ସହ ଅଯୋଧ୍ୟାରେ ମଧ୍ୟ ବିଶ୍ୱ ସ୍ତରୀୟ ସୁବିଧାସୁଯୋଗ ଯୋଗାଇ ଦିଆଯିବ। ରେଳ, ସଡ଼କ ଓ ଆକାଶ ପଥରେ ଅଯୋଧ୍ୟାକୁ ସଂଯୋଗ କରିବାକୁ ଯୋଜନା କରାଯାଇଛି। ଯଦି କେହି ଅଯୋଧ୍ୟାକୁ ବାହାରୁ ଆସନ୍ତି, ତେବେ ସେମାନେ ଯେମିତି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ତା’କୁ ନିଶ୍ଚିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସରକାର ଆସନ୍ତା ୫ ବର୍ଷ ମଧ୍ୟରେ ଅଯୋଧ୍ୟାକୁ ଏପରି ରୂପ ଦେବାକୁ ଚାହୁଁଛନ୍ତି ଯେମିତି ଏହାକୁ “ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ” ଭାବରେ ଗଣାଯାଇପାରିବ। ଅଯୋଧ୍ୟାରେ ପାଞ୍ଚ ତାରକା ହୋଟେଲ ଖୋଲିବା ପାଇଁ ସରକାର ଏବେଠାରୁ ବଡ଼ବଡ଼ ବ୍ୟବସାୟଙ୍କ ସହ ଆଲୋଚନା କରିବା ଆରମ୍ଭ କରିଛନ୍ତି। ଅଯୋଧ୍ୟାରେ ଥିବା ମନ୍ଦିର କମ୍ପ୍ଲେକ୍ସଠାରୁ ୮ କିଲୋମିଟର ଦୂରରେ ଏକ ପାଞ୍ଚ ତାରକା ହୋଟେଲ ଖୋଲିବାକୁ ଯୋଜନା ହୋଇଛି। ଏହା ବ୍ୟତୀତ ସମସ୍ତ ସୁବିଧା ଥିବା ଏକାଧିକ ଧର୍ମଶାଳା ତିଆରି କରାଯିବ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ରେ ଭୂମି ପୂଜନ କରିଥିଲେ। ଏହାପରେ ଦେଶ ତଥା ବିଦେଶରେ ଅଯୋଧ୍ୟା ସମସ୍ତଙ୍କର ଫୋକସରେ ରହିଛି। ଏଭଳି ସ୍ଥିତିରେ ଅଯୋଧ୍ୟାର ସାମଗ୍ରିକ ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ହାଇ-ଟେକ୍ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ।

କାଶୀ ବିଶ୍ୱନାଥ କରିଡର ଭଳି ରାମ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ପୁରୁଣା ମନ୍ଦିରରେ ସ୍ଥାପିତ ଦେବଦେବୀଙ୍କର ମୂର୍ତ୍ତିକୁ ରାମ ମନ୍ଦିର ମଧ୍ୟରେ ସ୍ଥାପନ କରାଯିବ। ଅଯୋଧ୍ୟାରେ ଥିବା ପୁରାତନ ମନ୍ଦିରଗୁଡ଼ିକ ମଧ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ପରାମର୍ଶକ୍ରମେ ଅଧିକ ଆକର୍ଷଣୀୟ କରାଯିବ।

ଦେଶରେ ଏମିତି ଅନେକ ବଡ଼ ବଡ଼ ସାଧୁ ଓ ସନ୍ଥ ଅଛନ୍ତି, ଯେଉଁମାନଙ୍କର ଆଶ୍ରମ କିମ୍ବା ମଠ ଏଯାଏ ଅଯୋଧ୍ୟାରେ ସ୍ଥାପିତ ହୋଇନାହିଁ। ଅନେକ ସାଧୁ ଓ ସନ୍ଥ ଅଛନ୍ତି ଯେଉଁମାନଙ୍କର ଆଶ୍ରମ ମଥୁରା, ବୃନ୍ଦାବନ ଓ ହରିଦ୍ୱାରରେ ଅଛି କିନ୍ତୁ ଅଯୋଧ୍ୟାରେ ନାହିଁ। ତେଣୁ ସେମାନେ ଏବେ ଅଯୋଧ୍ୟାରେ ଆଶ୍ରମ ଓ ମଠ ପ୍ରତିଷ୍ଠା କରିବାକୁ ଆଗ୍ରହ ଦେଖାଇଛନ୍ତି।

ଅଯୋଧ୍ୟା ଆଗକୁ ବିକାଶ ପଥରେ ଆଗେଇବା ଏକ ପ୍ରକାରର ନିଶ୍ଚିତ ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଠାରେ ଜମିର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ଅଯୋଧ୍ୟା ଏକ ବଡ଼ ପର୍ଯ୍ୟଟନ ସ୍ଥଳୀରେ ପରିବର୍ତ୍ତନ ହେବ।

ଏହି କାରଣରୁ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ଲୋକମାନେ ତୀର୍ଥ ନଗରୀ ଆଡ଼କୁ ମୁହାଁଇବା ଆରମ୍ଭ କରିଛନ୍ତି। ଯଦି ବିଶ୍ୱ ସ୍ତରୀୟ ସୁବିଧା ଥିବା ହୋଟେଲ ଓ ଧର୍ମଶାଳା ଖୋଲାଯାଏ, ତେବେ ଏଠାରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ।

Related story