ଏବେ ଅଗଷ୍ଟ ଯାଏ ଇପିଏଫ ଭରିବେ ସରକାର, ଟିଡିଏସ ୨୫% ହ୍ରାସ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଫସିଥିବା ନିମ୍ନ ବର୍ଗର କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ଶ୍ରେଣୀର କର୍ମଚାରୀଙ୍କ ପାଇଁ ଆଉ ୩ ମାସ ସରକାର ଇପିଏଫ ଭରଣା କରିବେ। ପୂର୍ବରୁ ମଧ୍ୟ ସରକାର ୩ ମାସ ଇପିଏଫ ଭରଣା କରିବେ ବୋଲି କହିଥିଲେ। ଏହାର ଅର୍ଥ ଆସନ୍ତା ଅଗଷ୍ଟ ମାସ ଯାଏ ସରକାରଙ୍କ ପକ୍ଷରୁ ଇପିଏଫ ଦିଆଯିବ। ଏହି ଇପିଏଫ ଭରଣା ଅର୍ଥ ପାଇଁ ୨୫ ଶହ କୋଟିର ପ୍ୟାକେଜ ଘୋଷଣା […]

nf

Hemant Lenka
  • Published: Wednesday, 13 May 2020
  • , Updated: 13 May 2020, 07:08 PM IST

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଫସିଥିବା ନିମ୍ନ ବର୍ଗର କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ଶ୍ରେଣୀର କର୍ମଚାରୀଙ୍କ ପାଇଁ ଆଉ ୩ ମାସ ସରକାର ଇପିଏଫ ଭରଣା କରିବେ। ପୂର୍ବରୁ ମଧ୍ୟ ସରକାର ୩ ମାସ ଇପିଏଫ ଭରଣା କରିବେ ବୋଲି କହିଥିଲେ। ଏହାର ଅର୍ଥ ଆସନ୍ତା ଅଗଷ୍ଟ ମାସ ଯାଏ ସରକାରଙ୍କ ପକ୍ଷରୁ ଇପିଏଫ ଦିଆଯିବ। ଏହି ଇପିଏଫ ଭରଣା ଅର୍ଥ ପାଇଁ ୨୫ ଶହ କୋଟିର ପ୍ୟାକେଜ ଘୋଷଣା କରାଯାଇଛି।

ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ୮୦ ଲକ୍ଷ କର୍ମଚାରୀ ଲାଭବାନ ହେବେ। କେନ୍ଦ୍ର ସରକାର ମାର୍ଚ୍ଚ ମାସରୁ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ପାଇଁ ୧୨% ଓ ୧୨% ଇପିଏଫ ଅର୍ଥ ଦେଉଛନ୍ତି। ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସ ଯାଏ ସରକାର ଇପିଏଫ ଦେବେ ବୋଲି କହିଥିଲେ। ହେଲେ ଏବେ ସରକାର ଅଗଷ୍ଟ ଯାଏ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଇପିଏଫ ଅର୍ଥ ଭରଣା କରିବେ।

୮୦ ଲକ୍ଷ କର୍ମଚାରୀଙ୍କ ସମେତ ୩.୬ ଲକ୍ଷ ସଂସ୍ଥାକୁ ଏହାର ଲାଭ ମିଳିବ। ତେବେ ଯେଉଁ କମ୍ପାନୀରେ ୧୦୦ରୁ କମ କର୍ମଚାରୀ ଓ ସେମାନଙ୍କ ମଧ୍ୟରୁ ୯୦% କର୍ମଚାରୀଙ୍କ ଦରମା ମାସିକ ୧୫ ହଜାର ଟଙ୍କାରୁ କମ ଥିବ, ସେମାନଙ୍କୁ ଏହାର ଫାଇଦା ମିଳିବ। ଏହାର ଅର୍ଥ ୧୫ ହଜାର ଟଙ୍କାରୁ ଅଧିକ ଦରମା ପାଉଥିବା ଲୋକଙ୍କ ପାଇଁ ଏହା ଲାଗୁ ହେବନାହିଁ।

ଅନ୍ୟପକ୍ଷରେ ଆସନ୍ତା ୩ ମାସ ଲାଗି ଅନ୍ୟ ଘରୋଇ ସଂସ୍ଥା ଓ ଏହାର କର୍ମଚାରୀଙ୍କ ଇପିଏଫ୍ ଦେୟ ପରିମାଣ ୧୨ରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ତେବେ ସରକାରୀ ଉଦ୍ୟୋଗ ଏବଂ କର୍ମଚାରୀଙ୍କ କ୍ଷେତ୍ରରେ ଏହି ଅଂଶ ପୂର୍ବଭଳି ୧୨ ପ୍ରତିଶତ ରହିବ। ଏଥିଯୋଗୁ କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ ୬ହଜାର ୭୫୦ କୋଟି ଟଙ୍କାର ଲିକ୍ୱିଡିଟି ମିଳିବ।

ଅର୍ଥମନ୍ତ୍ରୀ ଚଳିତ ଆର୍ଥିକ ବର୍ଷ ପାଇଁ ଟିଡିଏସ ଓ ଟିସିଏସ୍‌ ଦରକୁ ୨୫ ପ୍ରତିଶତ ହ୍ରାସ କରାଯାଇଥିବା ସୂଚନା ଦେଇଛନ୍ତି। ଏହା ଆସନ୍ତକାଲି ଠାରୁ ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ଯାଏ ଲାଗୁ ହେବ। ଅଣବେତନ ବାବଦ ଆୟରୁ ପୂର୍ବରୁ ୨୦ ପ୍ରତିଶତ ଟିଡିଏସ କଟୁଥିଲା। ଏବେ ୧୫ ପ୍ରତିଶତ କଟିବ। ଏହାଦ୍ୱାରା ୫୦ ହଜାର କୋଟି ଟଙ୍କାର ଲିକ୍ୱିଡିଟି ଆସିବ।

Related story