Advertisment

ବଢ଼ିପାରେ ଲକଡାଉନ୍ ଅବଧି

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ଦେଶରେ ଲକଡାଉନ ଅବଧି। ଦେଶବ୍ୟାପି କୋଭିଡ୍-୧୯ ମୁକାବିଲା ଲାଗି ଚାଲିଥିବା ତୃତୀୟ ପର୍ଯ୍ୟାୟ ଲକଡାଉନ ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଯାଉଛି। ହେଲେ ପୁଣି ଏହାର ଅବଧି ବଢ଼ାଇବା ନେଇ ଇଶାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଲକଡାଉନ୍-୪.୦ ଲାଗୁ ହେଲେ ଯେଉଁ ଅଞ୍ଚଳଗୁଡ଼ିକ ଗୁରୁତର ଭାବେ କରୋନା ପ୍ରଭାବିତ ନୁହେଁ, ସେଠାରେ ପ୍ରତିବନ୍ଧକଗୁଡ଼ିକୁ କୋହଳ କରାଯାଇପାରେ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ […]

ଅଦ୍ୟତନ ହୋଇଛି
ଆଉ ୧୪ ଦିନ ପାଇଁ କେନ୍ଦ୍ର ବଢ଼ାଇବ ଲକଡାଉନ୍!

lockdown-4.0

Advertisment

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ଦେଶରେ ଲକଡାଉନ ଅବଧି। ଦେଶବ୍ୟାପି କୋଭିଡ୍-୧୯ ମୁକାବିଲା ଲାଗି ଚାଲିଥିବା ତୃତୀୟ ପର୍ଯ୍ୟାୟ ଲକଡାଉନ ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଯାଉଛି। ହେଲେ ପୁଣି ଏହାର ଅବଧି ବଢ଼ାଇବା ନେଇ ଇଶାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଲକଡାଉନ୍-୪.୦ ଲାଗୁ ହେଲେ ଯେଉଁ ଅଞ୍ଚଳଗୁଡ଼ିକ ଗୁରୁତର ଭାବେ କରୋନା ପ୍ରଭାବିତ ନୁହେଁ, ସେଠାରେ ପ୍ରତିବନ୍ଧକଗୁଡ଼ିକୁ କୋହଳ କରାଯାଇପାରେ ବୋଲି ଜଣାପଡ଼ିଛି।

Advertisment

ଏହି ପରିପ୍ରେକ୍ଷୀରେ ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅନ୍ୟପଟେ ଲକଡାଉନ କଟକଣାରେ ଆବଶ୍ୟକ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ନିଜ ନିଜର ମତାମତା ପଠାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଲକଡାଉନରେ ଆବଶ୍ୟକ ପଦକ୍ଷେପ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆବଶ୍ୟକ ନ ଥିଲା। ସେହିପରି ତୃତୀୟ ପର୍ଯ୍ୟାୟ ଲକଡାଇନରେ ଆବଶ୍ୟକ ପଦକ୍ଷେପ ଚତୁର୍ଥ ପର୍ଯ୍ୟାୟ ପାଇଁ ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ଏଥିରୁ ପୁଣି ଦେଶରେ ଲକଡାଉନ-୪.୦ ଲାଗୁ ହୋଇପାରେ ବୋଲି ଇଶାରା ମିଳିଛି। ତେବେ ଲକଡାଉନ ଅବଧି ବଢ଼ିବା ପରେ, ରେଡ୍ ଜୋନ୍ ଚିହ୍ନଟ ଅଞ୍ଚଳଗୁଡ଼ିକରେ ରାତିରେ ଲାଗୁ କରାଯାଇଥିବା କର୍ଫ୍ୟୁ ଏବଂ ସର୍ବ ସାଧାରଣ ପରିବହନ ବନ୍ଦ କଟକଣା ବଳବତ୍ତର ରହିବ ବୋଲି ଜଣାପଡ଼ିଛି।

Advertisment

ସରକାରୀ ସୂତ୍ରାନୁଯାୟୀ, ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧି ବଢ଼ାଇବା ସପକ୍ଷରେ କହିଛନ୍ତି। ହେଲେ ପୂରା ଜିଲ୍ଲାକୁ ରେଡ୍ ଜୋନ କରା ନ ଯାଇ କେବଳ କଣ୍ଟେନମେଣ୍ଟ ଅଞ୍ଚଳକୁ ରେଡ୍ ଜୋନ୍ କରିବାକୁ ଅନୁରୋଧ କରିଛନ୍ତି। ଲକଡାଉନ ମୁକାବିଲା ଲାଗି ଦେଶରେ ଲକଡାଉନ ସ୍ଥିତି ୬ଷ୍ଠ ସପ୍ତାହରେ ପହଞ୍ଚିଛି। ଏଣୁ ଆର୍ଥିକ କାରବାର ତଥା ଅର୍ଥନୀତିକୁ ଶକ୍ତ ଧକ୍କା ଲାଗିଛି। ଏଭଳି ପରିସ୍ଥିତିରେ କେବଳ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସ୍ଥାନରେ ଆର୍ଥିକ କାରବାର ଆରମ୍ଭ କରିବାକୁ ଅନେକ ରାଜ୍ୟ ମତ ଦେଇଛନ୍ତି।

ବୈଠକରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତରେ ବିଶ୍ୱ ମହାମାରୀ ସଂକ୍ରମଣ ନେଇ ବିସ୍ତୃତ ଭାବେ ସ୍ପଷ୍ଟ ସୂଚନା ଆମ ନିକଟରେ ରହିଛି। ଏପରି କି ଗତ କିଛି ସପ୍ତାହ ଭିତରେ ଅଧିକାରୀମାନେ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କାର‌୍ୟ୍ୟପନ୍ଥା ବୁଝିସାରିଛନ୍ତି। ଏଥି ଲାଗି ଆଗକୁ ଆମେ କରୋନା ଭୂତାଣୁ ବିରୁଦ୍ଧରେ ଯୁଦ୍ଧ ଲଢ଼ିବାକୁ ରଣନୀତି ଉପରେ ଅଧିକ ଧ୍ୟାନ ଦେଇପାରିବା। ଆମ ସାମ୍ନାରେ ଦୁଇଗୁଣ ଅଧିକ ଚ୍ୟାଲେଞ୍ଜ ରହିଛି। ଆମକୁ ସଂକ୍ରମଣ ହାର କମାଇବାକୁ ହେବ ଏବଂ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରି ଧୀରେ ଧୀରେ ସର୍ବସାଧାରଣ କାର୍ଯ୍ୟକଳାପ ଆରମ୍ଭ କରିବାକୁ ହେବ। ଏହି ଦୁଇଟି ଲକ୍ଷ୍ୟ ହାସଲ କରିବା ଦିଗରେ ଆମକୁ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe