ନୂଆଦିଲ୍ଲୀ: ୬ ଦିନିଆ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସମ୍ବର୍ଦ୍ଧନା ସହ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ। ଏହାପରେ ନେତାନ୍ୟାହୁ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୋଦି କ୍ୟାବିନେଟର ବରିଷ୍ଠ ମନ୍ତ୍ରୀଙ୍କୁ ବି ସେ ଭେଟିଥିଲେ।
ନେତାନ୍ୟାହୁ ଆଜି ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛିା ପ୍ରଥମ ଥର ପାଇଁ ତେଲ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ଏଥିସହ କୃଷି, ଜଳ ଓ ସୁରକ୍ଷା ଉପରେ ଉଭୟ ନେତା କଥାବାର୍ତ୍ତା ହୋଇପାରନ୍ତି। ଏହାପରେ ନେତାନ୍ୟାହୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ଶେଷରେ ଭାରତ ଇସ୍ରାଏଲ ବାଣିଜ୍ୟ ସମିଟରେ ନେତାନ୍ୟାହୁଙ୍କ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।